ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ବଲାଙ୍ଗୀର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକନାଥ ମନ୍ଦିର ମାଁ ମାନସା ଦେବୀ ମନ୍ଦିରରେ ଶ୍ରାବଣ ମାସର ତୃତୀୟ ପାଳିରେ ନାଗ ପଂଚମୀ ପୂଜା ପାଇଁ ମନ୍ଦିରରେ ଭକ୍ତଙ୍କର ସୁଅ ଛୁଟିଥିଲା। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମନ୍ଦିରରେ ବେଶ୍ ଭିଡ ଜମିଥିଲା। ନାଗ ଦର୍ଶନରେ ବହୁତ ଲୋକଙ୍କ ଜିବନ ଚାଲିଯାଉଥିବା ବେଳେ ବର୍ଷା ମାସରେ ଗାଁ ଠାରୁ ସହର ମଧ୍ୟରେ ସର୍ପ ଦଂଶନରେ ନିରିିହ ଜିବନ ହାନି ଘଟୁଛି। ଅନେକ ଲୋକ ମଧ୍ୟ ସର୍ପ ଦଂଶନ ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଅନେକ ଲୋକ ଗୁନି ଗାରିଡି କରି ସର୍ପ ଦଂଶନର ଚିକିତ୍ସା କରୁଛନ୍ତି। ଏଭଳି ଅନ୍ଧ ବିଶ୍ୱାସ ଉପରେ ବିଶ୍ୱାସ ନ କରି ସର୍ପ ଦଂଶନ କଲେ ଚିକିତ୍ସା ପାଇଁ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି । ସାପ କାମୁଡିବା ଜାଣିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲ କୁ ଯାଇ ଚିକିତ୍ସା କରିବା ଓ ଲୋକଙ୍କୁ ଅନୁରୋଧ କରିଛନ୍ତି। ଲୋକନାଥ ମନ୍ଦିର ପୂଜକ ଥନାପତି ପୂଜା ଅର୍ଚ୍ଚନା କରିଥିଲେ ଓ ବାଳମୁକୁନ୍ଦ ଥନାପତି କରିଥିଲେ। ଏଥିରେ ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ଦେବାଳୟ ସୁରକ୍ଷା କମିଟି ଅଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ସୁଧିର ମିଶ୍ର, ଶମ୍ଭୁ ଶତପଥି, ପ୍ରଶାନ୍ତ ମହାକୁର, ନରେନ୍ଦ୍ର କବାଟ ଓ ମନରଂଜନ ପୁରୋହିତ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ