ସମ୍ବଲପୁର, ୨୯ ଜୁଲାଇ(ହି.ସ.) – ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ୫ଜଣଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ୧ ଲକ୍ଷ ୧୧ ହଜାର ଟଙ୍କା ଆର୍ôଥକ ସହାୟତା ଦିଆଯାଇଛି। ଟ୍ରଷ୍ଟ ସପ୍ସସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ସଭାପତି ପ୍ର. ଶଙ୍କର ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଉପରୋକ୍ତ ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ଉପରୋକ୍ତ ହିତାଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଚଳିତ ଶିକ୍ଷା ବର୍ଷରେ ମାସିକ ସହାୟତା ଦିଆଯିବାକୁ ମଧ୍ୟ ନିଷ୍ପତି ହୋଇଛି। ବୈଠକରେ କୋଷାଧ୍ୟକ୍ଷ ସ୍ୱରୂପ ପୁରୋହିତ ଆର୍ôଥକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଆଲୋଚନାରେ ସମ୍ପାଦକ ସୁଧୀର ପୂଜାରୀ, ସଭ୍ୟବୃନ୍ଦ ଡ.ନିରୂପମା ବଡ଼ପଣ୍ଡା, ଡା.ପ୍ରମୋଦ ପୁରୋହିତ, ଦେବାଶିଷ ନନ୍ଦ, ବିପିନ ପଣ୍ଡା, ଅମିତ ସ୍ୱାଇଁ ଓ ଶିବ ନନ୍ଦ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ