ବସଇ-ବିରାର ନଗର ନିଗମ ଆୟୁକ୍ତଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଇଡି ଚଢଉ
ମୁମ୍ବାଇ, ୨୯ ଜୁଲାଇ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ମଙ୍ଗଳବାର ସକାଳ ୬ଟାରୁ ବସଇ-ବିରାର ନଗର ନିଗମ(ବିବିସିଏମସି) କମିଶନର ଅନିଲ କୁମାର ପାୱାରଙ୍କ ସରକାରୀ ବାସଭବନ ସମେତ ମୋଟ୍ ୧୨ଟି ସ୍ଥାନରେ ଚଢଉ କରିଛି । କୁହାଯାଉଛି ଯେ, ଏହି ଚଢଉ ନାଲାସୋପାରାରେ ୪୧ଟି ଅନଧିକୃତ କୋଠା ମାମଲା ସହିତ
ବସଇ-ବିରାର ନଗର ନିଗମ ଆୟୁକ୍ତଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଇଡି ଚଢଉ


ମୁମ୍ବାଇ, ୨୯ ଜୁଲାଇ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ମଙ୍ଗଳବାର ସକାଳ ୬ଟାରୁ ବସଇ-ବିରାର ନଗର ନିଗମ(ବିବିସିଏମସି) କମିଶନର ଅନିଲ କୁମାର ପାୱାରଙ୍କ ସରକାରୀ ବାସଭବନ ସମେତ ମୋଟ୍ ୧୨ଟି ସ୍ଥାନରେ ଚଢଉ କରିଛି । କୁହାଯାଉଛି ଯେ, ଏହି ଚଢଉ ନାଲାସୋପାରାରେ ୪୧ଟି ଅନଧିକୃତ କୋଠା ମାମଲା ସହିତ ଜଡ଼ିତ । ଇଡି ପକ୍ଷରୁ ଏହି ଚଢଉର ସରକାରୀ ବିବରଣୀ ଦିଆଯାଇନାହିଁ ।

ସୂତ୍ରରୁ ଜଣାପଡିଛି ଯେ, ଇଡି ଟିମ୍ ମଙ୍ଗଳବାର ସକାଳ ୬ଟାରେ ବସଇ-ବିରାର ମ୍ୟୁନିସିପାଲ କର୍ପୋରେସନ କମିଶନରଙ୍କ ବାସଭବନରେ ପହଂଚି ଏଠାରେ କାଗଜପତ୍ର, କମ୍ପ୍ୟୁଟର ଇତ୍ୟାଦି ଖୋଜୁଛି । ଏହି ମାମଲାରେ, ମଇ ମାସରେ, ଇଡି ଟିମ୍ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ), ୨୦୦୨ ର ପ୍ରାବଧାନ ଅନୁଯାୟୀ, ମୁମ୍ବାଇ ଏବଂ ହାଇଦ୍ରାବାଦର ୧୩ଟି ଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଚଳାଇଥିଲା । ତଲାସୀ ଅଭିଯାନରେ ପ୍ରାୟ ୯.୪ କୋଟି ଟଙ୍କା ନଗଦ, ୨୩.୨୫ କୋଟି ଟଙ୍କାର ହୀରା ଖଚିତ ଅଳଙ୍କାର, ସୁନା-ରୂପା ଏବଂ ବହୁ ସଂଖ୍ୟକ ଆପତିଜନକ କାଗଜପତ୍ର ଜବତ କରାଯାଇଥିଲା । ଏହା ପରେ ଇଡି ମୀରା ଭୟଂଦର ପୋଲିସ କମିଶନରେଟ ଦ୍ୱାରା ବିଲ୍ଡର, ସ୍ଥାନୀୟ ସହଯୋଗୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦାୟର୍ ହୋଇଥିବା ଅନେକ ଏତଲାକୁ ଭିତି କରି ତଦନ୍ତ ଆରମ୍ଭ ହୋଇଥିଲା । ଏହି ମାମଲା ୨୦୦୯ ମସିହାରୁ ବିବିସିଏମସି ର ଅଧିକାର କ୍ଷେତ୍ର ଅଧୀନରେ ସରକାରୀ ଏବଂ ବେସରକାରୀ ଜମିରେ ଆବାସିକ ଏବଂ ବାଣିଜ୍ୟିକ କୋଠାର ଅବୈଧ ନିର୍ମାଣ ସହିତ ଜଡ଼ିତ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande