ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସଂସଦ ଆଗରେ ଧାରଣା
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କର ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୫ଦଫା ଦାବି ପାଇଁ ମଙ୍ଗଳବାର ସଂସଦ ନିକଟସ୍ଥ ଜନ୍ତମନ୍ତର ଆଗରେ ଧାରଣା ଦିଆଯାଇଥିଲା। ସାଧାରଣ ବୀମା ଅଫିସର ଓ କର୍ମଚାରୀଙ୍କର ବେତନ, ପେନସନ ବୃଦ୍ଧି ଓ ସମସ୍ତ କର୍ମଚାରୀ ଦାବି ଓ ସରକାରଙ୍କର ପ
ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସଂସଦ ଆଗରେ ଧାରଣା


ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କର ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୫ଦଫା ଦାବି ପାଇଁ ମଙ୍ଗଳବାର ସଂସଦ ନିକଟସ୍ଥ ଜନ୍ତମନ୍ତର ଆଗରେ ଧାରଣା ଦିଆଯାଇଥିଲା। ସାଧାରଣ ବୀମା ଅଫିସର ଓ କର୍ମଚାରୀଙ୍କର ବେତନ, ପେନସନ ବୃଦ୍ଧି ଓ ସମସ୍ତ କର୍ମଚାରୀ ଦାବି ଓ ସରକାରଙ୍କର ପ୍ରସ୍ତାବିତ ୧୦୦ ଭାଗ ବିଦେଶୀ ପୁଞ୍ଜି ବିନିଯୋଗକୁ ବିରୋଧ କରି ହଜାର ହଜାର ବୀମା କର୍ମଚାରୀ ଏହି ଧାରଣାରେ ଯୋଗ ଦେଇଥିଲେ। କ୍ରିୟାନୁଷ୍ଠାନ କମିଟିର ଆବାହାକ ଗିରିସ୍ ଖୁରାନାଙ୍କ ପୌରାହିତରେ ଅନୁଷ୍ଠିତ ଏହି ଧାରଣାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ, ଏ.ଆଇ.ଟି.ୟୁ.ସୀର ସାଧାରଣ ସମ୍ପାଦିକା ଅମରଜିତ କାୱାଲ, ରାଜ୍ୟସଭା ସଦସ୍ୟ ସଂଜୟ ସିଂ, ସନ୍ତୋଷ କୁମାର, ଜେନେରାଲ ଇନ୍ୟୁସିରାନ୍‌ସ ଅଫିସରସ୍ ଅଲ ଇଣ୍ଡିଆ ଆସୋସିଏସନର ଅଧ୍ୟକ୍ଷ ଶ୍ୟାମସୁନ୍ଦର ମହାପାତ୍ର, ତୈଲୋକ୍ୟ ସିଂ, ସଜୟ ଝା ଓ ଭି ନାଗର ପ୍ରମୁଖ ଉଦ୍‌ବୋଧନ ଦେଇ ବୀମା କମ୍ପାନୀ କର୍ମଚାରୀଙ୍କର ଦାବିକୁ ସରକାର ତୁରନ୍ତ ଗ୍ରହଣ କରିବା ପାଇଁ ଦୃଢ଼ ଦାବି କରିଥିଲେ। ଦାବି ପୁରଣ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ଓ ଆବଶ୍ୟକ ହେଲେ ସଂପୂର୍ଣ୍ଣ କାର୍ଯବନ୍ଦ ହେବ ବୋଲି ନେତାମାନେ ତାଙ୍କ ଭାଷଣରେ ସତର୍କ କରାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande