ସମ୍ବଲପୁର, ୨୯ ଜୁଲାଇ (ହି.ସ.)
ସମ୍ବଲପୁର ସହର ସଂଲଗ୍ନ ମହାନଦୀର ଚାଉଁରପୁର ଦ୍ବିତୀୟ ସେତୁରୁ ଜନୈକ ଯୁବକ ଡେଇଁ ନିଖୋଜ ହୋଇଯାଇଛି । ଏହି ଘଟଣା ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଗ୍ନିଶମ ବାହୀନି ପହଞ୍ଚି ଜୋରଦାର ଛାନଭିନ୍ କରିଛି। ହେଲେ ଏବେ ମହାନଦୀର ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ହୀରାକୁଦ ୨୦ ଗେଟ୍ ଦେଇ ଜଳ ନିଷ୍କାସନ କରୁଛି । ତେଣୁ ପାଣିର ସ୍ରୋତ ପ୍ରଖର ରହିଥିବା ବେଳେ ନିଖୋଜ ଯୁବକଙ୍କ କୈଣସି ସୁରାକ୍ ମିଳିପାରିନାହିଁ । ପାଣିର ଗଭୀରତା ଭିତରୁ ବୁଡି଼ି ଯାଇଥିବା ସନ୍ଦେହ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ