ବିବାଦୀୟ ପ୍ରଶିକ୍ଷକ ଙ୍କୁ ବଦଳି ନିଷ୍ପତ୍ତି
Bhubaneswar, 29 ଜୁଲାଇ (ହି.ସ.) ଜୟପୁର, ଜୟପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ପରେ ଚେତିଲା ଅନୁଷ୍ଠାନ କର୍ତ୍ତୃପକ୍ଷ। ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ ସମ୍ପର୍କରେ ଘଣ୍ଟା ଘଣ୍ଟା ଧରି ତର୍ଜମା କରାଯାଇଥି
ବିବାଦୀୟ ପ୍ରଶିକ୍ଷକ ଙ୍କୁ ବଦଳି ନିଷ୍ପତ୍ତି


Bhubaneswar, 29 ଜୁଲାଇ (ହି.ସ.)

ଜୟପୁର,

ଜୟପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ପରେ ଚେତିଲା ଅନୁଷ୍ଠାନ କର୍ତ୍ତୃପକ୍ଷ। ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ ସମ୍ପର୍କରେ ଘଣ୍ଟା ଘଣ୍ଟା ଧରି ତର୍ଜମା କରାଯାଇଥିଲା। ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ବିବାଦକୁ ଆସିଥିବା ଶିକ୍ଷକ ପ୍ରଶିକ୍ଷିକାଙ୍କୁ ଏଠାରୁ ବଦଳି ପାଇଁ ସୁପାରିସ କରିବାକୁ କମିଟି ନିଷ୍ପତ୍ତି ନିଆଯାଇଥିଲା। ବଦଳି ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ଶିକ୍ଷକ ପ୍ରଶିକ୍ଷିକାଙ୍କୁ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇବାଠାରୁ ଦୂରରେ ରଖିବାକୁ ସ୍ଥିର କରାଯାଇଥିବା ଅଧ୍ୟକ୍ଷ ରୂପଚନ୍ଦ୍ର ସୋରେନ୍‌ ପ୍ରକାଶ କରିଛନ୍ତି। ତେବେ ବିବାଦୀୟ ଶିକ୍ଷକ ପ୍ରଶିକ୍ଷିକା ଜଣଙ୍କ ଆଲୋଚନା ସମୟରେ ନିଜ ଭୁଲ ସ୍ବୀକାର ନକରିବାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande