ବସ ମାଲିକ ସଂଘକୁ ରାଜନୀତି କରଣ କରାନଯାଉ- ସଂପାଦକ
ଜୟପୁର, ୨୯ ଜୁଲାଇ (ହି.ସ.) - ଜୟପୁର ବସ ମାଲିକ ସଂଘକୁ ରାଜନୀତି କରଣ କରାନଯାଉ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଂପାଦକ ନରେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ଗତ ୨୫ ତାରିଖରେ ଘରୋଇ ମାଲିକ ସଂଘ ପକ୍ଷରୁ ଆୟୋଜିତ କରାଯାଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମାଲିକ ସଂଘ ପକ୍ଷରୁ ଏ
ବସ ମାଲିକ ସ˚ଘକୁ ରାଜନୀତି କରଣ କରାନଯାଉ- ସ˚ପାଦକ


ଜୟପୁର, ୨୯ ଜୁଲାଇ (ହି.ସ.) - ଜୟପୁର ବସ ମାଲିକ ସଂଘକୁ ରାଜନୀତି କରଣ କରାନଯାଉ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଂପାଦକ ନରେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ଗତ ୨୫ ତାରିଖରେ ଘରୋଇ ମାଲିକ ସଂଘ ପକ୍ଷରୁ ଆୟୋଜିତ କରାଯାଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମାଲିକ ସଂଘ ପକ୍ଷରୁ ଏକ ଟିକଟ କାଉଂଟର ଉଦଘାଟନ କରାଯାଇଥିଲା। ଯେଉଁଥିରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଏହାକୁ ନେଇ ଅନ୍ୟ ଏକ ମାଲିକ ସପ୍ସଘ ପକ୍ଷରୁ ଏହାକୁ ରାଜନୀତି କରଣ କରାଯାଇଛି ବୋଲି ଯେଉଁ ଅକ୍ଷେପ କରାଯାଉଛି ତାହା ନିନ୍ଦନିୟ ଅଟେ। ମାଲିକ ସଂଘ ପକ୍ଷରୁ ଯେଉଁ ନିଷ୍ପତି ନିଆଯାଇଥିଲା ସେହି ନିଷ୍ପତି ଅନୁସାରେ ବିଧାୟକଙ୍କୁ ଡକାଯାଇଥିଲା। ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜୟପୁରର ସମସ୍ତ ମାଲିକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ କିଛି ମାଲିକ ଉକ୍ତ କାର୍ଯ୍ୟକ୍ରମକୁ ଆସିନଥିଲେ।

ଜୟପୁର ସହରରେ ୩ଟି ଘୋରଇ ବସ ମାଲିକ ସଂଘ ରହିଥିବା ବେଳେ ଗୋଟିଏ ପଟେ ଦୁଇଟି ୟୁନିଅନ ମିଶିଯାଇଥିବା ବେଳେ ଅନ୍ୟଏକ ଜଗତଜନନୀ ଘରୋଇ ବସ ମାଲିକ ସଂଘର ମାଲିକ ମାନେ ଅନ୍ୟ ଏକ କାଉଂଟର ଉଦଘାଟନ କରି ଟିକଟ ବିକ୍ରି କରୁଛନ୍ତି। ସଂପାଦକ ନରେନ୍ଦ୍ର ମହାନ୍ତି କହିଛନ୍ତି ଜୟପୁର ସହରରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଟିକଟ କାଉଂଟରକୁ ନୂତନ ଭାବେ ଜଗତଜନନୀ ବସ ମାଲିକ ସପ୍ସଘ ଟିକଟ କାଉଂଟର ନାମରେ ନାମିତ କରି ପୁନର୍ବାର ଉଦଘାଟନ କରାଯାଇଛି। ନୂତନ ବସଷ୍ଟାଣ୍ଡରେ ମଧ୍ୟ ଏକ ଟିକଟ କାଉଂଟର ଖୋଲାଯାଇଛି। ଯାତ୍ରୀଙ୍କ ସୁବିଧା ନିମନ୍ତେ ଆଗାମୀ ଦିନରେ ଜୟପୁର ସହରରେ ଏକ ଟିକଟ କାଉଂଟର ଖୋଲାଯିବା ସହ ଅନଲାଇନ ଟିକଟ ବୁକିଂ କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ। ଅନ୍ୟଟିକଟ କାଉଂଟରର ଲୋକମାନେ ଯେପରି ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟୁଛନ୍ତି ତାହା ନୂତନ ବସଷ୍ଟାଣ୍ଡ କାଉଂଟରରେ କରାଯିବ ନାହିଁ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ପରାମର୍ଶ ଦାତା ସୁଶାନ୍ତ ଅଧିକାରୀ,ସଂଘ ସଭାପତି ବି. ସୁବ୍ରମଣ୍ୟମ ପାତ୍ର,ବସନ୍ତ ବିଶ୍ୱାଳଙ୍କ ସମେତ ବନ ବିହାରି ତ୍ରିପାଠୀ, ଅଶୋକ କୁମାର ମହାପାତ୍ର,ସୂର୍ଯ୍ୟନାରାୟଣ ପାତ୍ର,ସାମ୍ବା ଶିବା ରାଓ, ବାବୁଲୁ ସାନ୍ତ୍ରା, ଜଗନ୍ନାଥ ପାଣିଗ୍ରାହୀ, ପବିତ୍ର ପାତ୍ର, ସଞ୍ଜୟ କୁମାର ପାଢିଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande