ମହିମୁଣ୍ଡା ଜୁନିୟର କଲେଜରେ ଭାରତ ସରକାରଙ୍କ ପ୍ରମୁଖ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ
ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ବଲାଙ୍ଗୀର ଯୁବ ଭାରତ ଦ୍ୱାରା ଏକ ଦିନିକିଆ କର୍ମଶାଳା ଆୟୋଜନ ମହିମୁଣ୍ଡା ଜୁନିୟର କଲେଜରେ କରାଯାଇଥିଲା। ଯେଉଁ ଥିରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ବିଶେଷ କରି ସ୍କିଲ୍ ଇଣ୍ଡିଆ ମିଶନ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ଛାତ୍ର ଛାତ୍ରୀ ଓ
ମହିମୁଣ୍ଡା ଜୁନିୟର କଲେଜରେ ଭାରତ ସରକାରଙ୍କ ପ୍ରମୁଖ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ


ମହିମୁଣ୍ଡା ଜୁନିୟର କଲେଜରେ ଭାରତ ସରକାରଙ୍କ ପ୍ରମୁଖ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ


ବଲାଙ୍ଗୀର, ୨୯ ଜୁଲାଇ(ହି.ସ.) – ବଲାଙ୍ଗୀର ଯୁବ ଭାରତ ଦ୍ୱାରା ଏକ ଦିନିକିଆ କର୍ମଶାଳା ଆୟୋଜନ ମହିମୁଣ୍ଡା ଜୁନିୟର କଲେଜରେ କରାଯାଇଥିଲା। ଯେଉଁ ଥିରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ବିଶେଷ କରି ସ୍କିଲ୍ ଇଣ୍ଡିଆ ମିଶନ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସ୍ୱାଗତ ଉଦ୍‌ବୋଧନ ଦେଇଥିଲେ କଲେଜର କାର୍ଯ୍ୟବାହୀ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପ୍ରଧାନ। ଯୁବ ଭାରତ ବଲାଙ୍ଗିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀ କାର୍ତିକେଶ୍ୱର ନାଏକ ବିଶ୍ୱକର୍ମା ଯୋଜନା ର ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ସ୍କିଲ୍ ଇଣ୍ଡିଆ ମିଶନ ବିଷୟରେ ଛାତ୍ର ଛାତ୍ରୀଙ୍କୁ ବିଷଦ ଭାବରେ ବୁଝାଇଥିଲେ ଉପସ୍ଥିତ ସାଧନା କର୍ମୀ ଅଶୋକ କୁମାର ମେହେର। ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଅବସରପ୍ରାପ୍ତ ଲେଖପାଳ ଇନ୍ଦ୍ରଜିତ ପଟେଲ ପିଲାଙ୍କୁ କୁଶଳୀ ହେବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ନିୟମିତ ଭାବେ ସଂଚାଳନ କରିଥିଲେ ଓଡିଆ ଅଧ୍ୟାପକ ଜଗନ୍ନାଥ ସାହୁ। ଶେଷରେ ଖୋଲା ଆଲୋଚନା ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ଓ ମତ ରଖିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲେଖପାଳ ବିପିନ ଜେନା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande