ଦେଓଘର ବସ୍ ଦୁର୍ଘଟଣା- ମୃତକଙ୍କ ପରିଜନଙ୍କୁ ଲକ୍ଷେ ଓ ଆହତଙ୍କୁ ଦିଆଯିବ 20-20 ହଜାର ଟଙ୍କା- ସ୍ୱାସ୍ଥ୍ୟମନ୍ତ୍ରୀ
ଦେଓଘର, 29 ଜୁଲାଇ (ହି.ସ.)- ଝାରଖଣ୍ଡର ଦେଓଘରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତିଜନଙ୍କୁ ଏକ ଲକ୍ଷ ଟଙ୍କା ଓ ଆହତଙ୍କୁ 20-20 ହଜାର ଟଙ୍କା ଦିଆଯିବ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଇରଫାନ୍ ଅନସାରୀ ଗୁରୁବାର ଏହି ଘୋଷଣା
ଦେଓଘର ବସ୍ ଦୁର୍ଘଟଣା-     ମୃତକଙ୍କ ପରିଜନଙ୍କୁ ଲକ୍ଷେ ଓ ଆହତଙ୍କୁ ଦିଆଯିବ 20-20 ହଜାର ଟଙ୍କା- ସ୍ୱାସ୍ଥ୍ୟମନ୍ତ୍ରୀ


ଦେଓଘର, 29 ଜୁଲାଇ (ହି.ସ.)- ଝାରଖଣ୍ଡର ଦେଓଘରରେ

ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତିଜନଙ୍କୁ ଏକ ଲକ୍ଷ ଟଙ୍କା

ଓ ଆହତଙ୍କୁ 20-20 ହଜାର

ଟଙ୍କା ଦିଆଯିବ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଇରଫାନ୍ ଅନସାରୀ ଗୁରୁବାର ଏହି ଘୋଷଣା

କରିଛନ୍ତି। ସେ ଦେଓଘରରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପରେ ଏହି ସୂଚନା ଦେଇଛନ୍ତି।

ଝାରଖଣ୍ଡର ସ୍ୱାସ୍ଥ୍ୟ

ମନ୍ତ୍ରୀ ଡ. ଇରଫାନ୍ ଅନସାରୀ ଓ ଜିଲ୍ଲାପାଳ ନମନ

ପ୍ରିୟେଶ ଲକ୍ରା ସଦର ହସ୍ପିଟାଲ ଓ ଏମ୍‌ସ ରେ ପହଞ୍ଚି ସକାଳେ ମୋହନପୁର ବ୍ଲକ୍‌ର ଜମୁନିଆ ଛକ

ନିକଟରେ ଘଟିଥିବା ବସ୍ ଦୁର୍ଘଟଣାରେ ଆହତ ଶ୍ରଦ୍ଧାଳୁ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ

ଭେଟି ତାଙ୍କର ସ୍ଥିତି ବିଷୟରେ ଜାଣିଥିଲେ। ଏହି ଅବସରରେ ସେ ସିଭିଲ୍ ସର୍ଜନ୍ ଏବଂ ଏମ୍‌ସ

ନିର୍ଦ୍ଦେଶକଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ଵାରା ଆହତମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande