ବେଜିଂ, 29 ଜୁଲାଇ (ହି.ସ.)
-ଚୀନର
ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ହେତୁ ୩୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ଏହି ବିପର୍ଯ୍ୟୟରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବେଜିଂ
ପାଣିପାଗ ବିଭାଗ କେନ୍ଦ୍ର ଅନୁସାରେ, ମଙ୍ଗଳବାର ପର୍ଯ୍ୟନ୍ତ ଭୟଙ୍କର ବର୍ଷା ଜାରି ରହିପାରେ ବୋଲି ଅନୁମାନ
କରାଯାଇଛି,
ଯାହା ଦ୍ୱାରା ପରିସ୍ଥିତି ଆଉ ବେସି ଗମ୍ଭୀର ହେବାର ଆଶଙ୍କା ଅଛି।
ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ବେଜିଂରେ ହେଉଥିବା ଏହି ଅତ୍ୟଧିକ ବର୍ଷା ଫଳରେ ବହୁତ ବ୍ୟାପକ ହାନି
ଘଟିଛି। ଏହି ବିପଦରେ ସହର ସାରା ଅଞ୍ଚଳରେ ମୋଟ ୩୦ ଜଣ ମୃତ୍ୟୁବରଣ କରିଛନ୍ତି, ମିୟୁନ ଜିଲ୍ଲାରେ ୨୮ ଜଣ ଓ ଯାନକିଙ୍ଗ ଜିଲ୍ଲାରେ ୨ ଜଣ ମୃତ୍ୟୁବରଣ
କରିଛନ୍ତି। ଏହା ସହିତ ବେଜିଂରେ ବନ୍ୟାରେ ଫସିଥିବା ମୋଟ ୮୦,୩୩୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା