ନୂଆଦିଲ୍ଲୀ, 29 ଜୁଲାଇ (ହି.ସ.)- କେନ୍ଦ୍ରୀୟ
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ କେନ୍ଦ୍ରୀୟ ମାଧ୍ୟମିକ
ଶିକ୍ଷା ବୋର୍ଡ (ସିବିଏସଇ) ଶୀଘ୍ର ଏକ ବୈଶ୍ୱିକ ବୋର୍ଡ ଆରମ୍ଭ କରିବ, ଯାହା ଭାରତୀୟ ଶିକ୍ଷାକୁ ବିଶ୍ୱ ମାନଦଣ୍ଡ ସହିତ
ଯୋଡିବାରେ ସାହାଯ୍ୟ କରିବ। ଶିକ୍ଷାମନ୍ତ୍ରୀ ପ୍ରଧାନ ଏହି ଘୋଷଣା ଭାରତ ମଣ୍ଡପମ୍ରେ ଆୟୋଜିତ
ଜାତୀୟ ଶିକ୍ଷା ନୀତି-2020 ର ପାଞ୍ଚ ବର୍ଷ ପୂର୍ଣ୍ଣ ହେବା ଅବସରରେ ଅଖିଲ ଭାରତୀୟ ଶିକ୍ଷା
ସମାଗମ-2025ର ଉଦ୍ଘାଟନୀ ଅଧିବେଶନରେ କହିଥିଲେ।
ସେ କହିଛନ୍ତି ଯେ ଗତ
ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ଏନଇପି-2020କୁ ଶିକ୍ଷା ପ୍ରଣାଳୀରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ସହିତ
ଶ୍ରେଣୀଗୃହ , କ୍ୟାମ୍ପସ୍
ଓ ସମୁଦାୟ ନିକଟରେ ପହଂଚାଇବା ସଫଳ ହୋଇଛି। ଏହି ଅବସରରେ ଶିକ୍ଷାମନ୍ତ୍ରୀ 4,000 କୋଟି ଟଙ୍କାରୁ
ଅଧିକ ମୂଲ୍ୟର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ସିବିଏସଇ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଏନସିଇଆରଟିର ନୂଆ ବିଲ୍ଡିଂ ଅନ୍ତର୍ଭୁକ୍ତ
ଅଛି।
ଏହି କାର୍ଯ୍ୟକ୍ରମରେ
କେନ୍ଦ୍ରୀୟ ଶିକ୍ଷା ଓ କୌଶଳ ବିକାଶ ରାଜ୍ୟମନ୍ତ୍ରୀ ଜୟନ୍ତ ଚୌଧୁରୀ, ପୂର୍ବୋତ୍ତର ବିକାଶ ରାଜ୍ୟମନ୍ତ୍ରୀ ଡ଼. ସୁକାନ୍ତ ମଜୁମଦାର ଓ 13ଟି
ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଶିକ୍ଷାମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା