ଭୁବନେଶ୍ୱର, 29 ଜୁଲାଇ (ହି.ସ.)
- : ଅନ୍ତର୍ଜାତୀୟ
ବାଘ ଦିବସ ଅବସରରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଘ ସଂରକ୍ଷଣ ପ୍ରତି ସମର୍ପିତ
ବନ୍ୟ ଜୀବପ୍ରେମୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ ପ୍ରଧାନ ତାଙ୍କ
ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ ସମଗ୍ର ସଂରକ୍ଷଣ ପ୍ରୟାସ ଫଳରେ ଆଜି ଭାରତ ବିଶ୍ୱର 70% ରୁ ଅଧିକ ବାଘ
ଜନସଂଖ୍ୟାର ଘର ହୋଇପାରିଛି। ସେ ଓଡ଼ିଶାର ବିଶେଷତାକୁ ପ୍ରଶଂସା କରି କହିଛନ୍ତି, “ଓଡ଼ିଶା ରାଜ୍ୟ ଦୁର୍ଲଭ ମେଲାନିଷ୍ଟିକ୍ (କଳା) ବାଘମାନଙ୍କ ନିବାସ ସ୍ଥଳ ଯାହା
ବିଶ୍ୱରେ ଅନେକ କେଉଁଠାରେ ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ଦ୍ୱାରା ବନ୍ୟଜୀବମାନେ ତାଙ୍କ ପ୍ରାକୃତିକ ଆବାସରେ ସୁରକ୍ଷିତ ରହିବା ଉପରେ ଗୁରୁତ୍ୱକୁ
ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି, “ଆସନ୍ତୁ
ଆମେ ସମସ୍ତେ ମିଶି ବାଘମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସମୃଦ୍ଧ ଆବାସ ସୁନିଶ୍ଚିତ କରିବା ସହ
ବାଘମାନଙ୍କ ଭବିଷ୍ୟତ ସୁରକ୍ଷା ପ୍ରତି ନିଜ ପ୍ରତିବଦ୍ଧତା ବଜାୟ ରଖିବା ଉଦ୍ୟମ କରିବା।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା