ମଣ୍ଡି ସହରର ଜେଲରୋଡ ଓ ପ୍ୟାଲେସ କଲୋନୀରେ ଫାଟିଲା ବାଦଲ, 2 ମୃତ, ଜଣେ ନିଖୋଜ
ମଣ୍ଡି, 29 ଜୁଲାଇ (ହି.ସ.) - ମଣ୍ଡି ସହରରେ ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷା ତାଣ୍ଡବ ରଚିଛି । ମଣ୍ଡି ସହରର ଜେଲ୍‌ ରୋଡ଼, ପ୍ୟାଲେସ୍ କଲୋନି, ମଟ୍, ସୈଣ ମହଲ୍ଲା ଏବଂ ମଣ୍ଡି–ସୁନ୍ଦରନଗର ରୋଡ଼ରେ ଥଣ୍ଡି ବାଉଡ଼ି ନିକଟରେ ମାଟି ଅତଡା ଖସିବାରୁ ଭୟଙ୍କର କ୍ଷୟକ୍ଷତି ଘଟିଛି ।
ମଣ୍ଡି ସହରର ଜେଲରୋଡ ଓ     ପ୍ୟାଲେସ କଲୋନୀରେ ଫାଟିଲା ବାଦଲ, 2 ମୃତ, ଜଣେ ନିଖୋଜ


ମଣ୍ଡି, 29 ଜୁଲାଇ (ହି.ସ.)

- ମଣ୍ଡି ସହରରେ

ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷା ତାଣ୍ଡବ ରଚିଛି । ମଣ୍ଡି ସହରର ଜେଲ୍‌ ରୋଡ଼, ପ୍ୟାଲେସ୍ କଲୋନି, ମଟ୍, ସୈଣ ମହଲ୍ଲା ଏବଂ ମଣ୍ଡି–ସୁନ୍ଦରନଗର ରୋଡ଼ରେ ଥଣ୍ଡି ବାଉଡ଼ି ନିକଟରେ ମାଟି ଅତଡା ଖସିବାରୁ ଭୟଙ୍କର କ୍ଷୟକ୍ଷତି

ଘଟିଛି । ଏହି ସହ ନ୍ୟୁ ଭିକ୍ଟୋରିଆ ବ୍ରିଜ୍‌ ନିକଟରେ ପାହାଡ଼ ଖସିବାରୁ ଯାତାୟାତ ବାଧାପ୍ରାପ୍ତ

ହୋଇଛି।

୨୮ ଜୁଲାଇ ରାତି ଓ ୨୯

ଜୁଲାଇ ସକାଳେ ହୋଇଥିବା ପ୍ରବଳ ବର୍ଷା ଫଳରେ ମଣ୍ଡି ସହରର ଜେଲ୍ ରୋଡ଼ ଓ ପ୍ୟାଲେସ୍ କଲୋନି

ଅଞ୍ଚଳରେ ବାଦଲ ଫାଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜେଲ୍ ନିକଟର ଏକ ନଳାରେ ମାଟି ଅତଡା

ଆସିପଡ଼ିବାରୁ ରାସ୍ତା ଓ ପାର୍କିଂରେ ଥିବା ଗାଡ଼ିଗୁଡ଼ିକ ମାଟି ତଳେ ଦବିଯାଇଛି। ସେଠାରେ ଗୋଟିଏ

ପରିବାରର ଦୁଇଜଣ ଲୋକଙ୍କ ମୃତ୍ୟୁ ଓ ଜଣେ ଲୋକ ନିଖୋଜ ଥିବାର ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande