ଧର୍ମଶାଳା, ୨୯ ଜୁଲାଇ(ହି.ସ.) – ଯାଜପୁର ଜିଲା ଧର୍ମଶାଳା ଅଂଚଳ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି। ଧର୍ମଶାଳା ଅଂଚଳରେ କଲେରା ବ୍ୟାପିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକରୀ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ଚିଠି ଜାରି କରାଯାଇଛି। ଧର୍ମଶାଳା ଅଂଚଳରେ କଲେରା ବ୍ୟାପିଥିବା ସମୟରେ ଜୁନ ୧୬ ତାରିଖରେ ଡାକ୍ତରଖାନାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଆଶ୍ୱତି ଏସ ସ୍ଥିତି ଅନୁଧ୍ୟାନ କରିବାକୁ ଅସିଥିବା ବେଳେ ଏଠାରେ ଥିବା ଡକ୍ତରଖାନା ଅଧିକାରୀ ଡା. ସୁଧିର କୁମାର ସାହୁ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅନୁଭବ କରିଥିଲେ। ଏନେଇ ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରେ ଅଭିଯୋଗ କରିବା ପରେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ଡା. ସାହୁଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ର ସଂଖ୍ୟା ୨୧୭୨୧ରେ ଚିଠି ଜାରି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଡା. ସାହୁ ଏସମ୍ପର୍କରେ ସନ୍ତୋଷ ଜନକ ଉତର ଦେଇ ନ ପାରିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲେଖ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଜୁନ ୧୮ ତାରିଖରେ ସମାନ ଘଟଣାରେ କାର୍ଯ୍ୟ ଅବହେଳା ଯୋଗୁଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ହେମନ୍ତ ମହାରଣାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଚିଠି ଜାରି ହେବା ପରେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସରକାରୀ କର୍ମଚାରୀମାନେ ନିଜ ଦାୟିତ୍ୱ ପ୍ରତି ଯତ୍ନବାନ ହେବାକୁ ସରକରଙ୍କ ତରଫରୁ ନିଆଯାଉଥିବା ଏଭଳି ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ