ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କାଂସ୍ୟ ପଦକ ଜିଣିଥିବା ରିଲେ ଟିମ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର,୨୯ ଜୁଲାଇ (ହି.ସ)- ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫ରେ କାଂସ୍ୟ ପଦକ ଜିଣିଥିବା ପୁରୁଷ ୪ଗୁଣା୧୦୦ ରିଲେ ଟିମର ସଦସ୍ୟ ଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ ଏବଂ ଡିଏମ୍ ଜୟରାମଙ୍କୁ କ୍ରୀଡ଼ା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡା ଓ ଯୁବ
ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କାଂସ୍ୟ ପଦକ ଜିଣିଥିବା ରିଲେ ଟିମ୍ ସମ୍ବର୍ଦ୍ଧିତ


ଭୁବନେଶ୍ୱର,୨୯ ଜୁଲାଇ (ହି.ସ)- ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫ରେ କାଂସ୍ୟ ପଦକ ଜିଣିଥିବା ପୁରୁଷ ୪ଗୁଣା୧୦୦ ରିଲେ ଟିମର ସଦସ୍ୟ ଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ ଏବଂ ଡିଏମ୍ ଜୟରାମଙ୍କୁ କ୍ରୀଡ଼ା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନିଜର ପରାକାଷ୍ଠା ପ୍ରଦର୍ଶନ କରି ଓଡ଼ିଶାକୁ ଗର୍ବିତ କରିଥିବା କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି କ୍ରୀଡା ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande