ଡେରାଡୁନ/ରୁଦ୍ରପ୍ରୟାଗ
3 ଜୁଲାଇ (ହି.ସ)-କେଦାରନାଥ ଧାମରୁ ଦର୍ଶନ ସାରି ଫେରୁଥିବା 40ରୁ ଅଧିକ ଭକ୍ତ ସୋନପ୍ରୟାଗ ନିକଟରେ ଗତ ବିଳମ୍ବିତ
ରାତିରେ ଭଗ୍ନାବଶେଷ ଯୋଗୁଁଫସି
ରହିଛନ୍ତି।ଘଟଣାସ୍ଥଳରେ ନିୟୋଜିତ ଏସଡିଆରଏଫର ଯବାନମାନେ ଭକ୍ତମାନଙ୍କୁ ସୁରକ୍ଷିତ ଭାବରେ
ଉଦ୍ଧାର କରିଛନ୍ତି। ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭଗ୍ନାବଶେଷ ହେଉଛି
ଏବଂ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିଯାଉଛି।ସମାନକ୍ରମରେ କେଦାରନାଥ ଅଭିମୁଖେ ଯାଉଥିବା ସୋନପ୍ରୟାଗ
-ଗୌରିକୁଣ୍ଡ ରାସ୍ତା ମୁନକଟିୟା ନିକଟରେ ଭଗ୍ନାବଶେଷ -ପଥର ଆସିବା ବିଳମ୍ବିତ ରାତି ପ୍ରାୟ 10ଟା
ସମୟରେ ଫସି ଯାଇଥିଲେ।ଘଟଣାସ୍ଥଳରେ ନିୟୋଜିତ ଏସଡିଆରଏଫର ଯବାନମାନେ ସମସ୍ତ ଭକ୍ତଙ୍କୁ ସୁରକ୍ଷିତ
ସ୍ଥାନକୁ ନେଇଯାଇଥିଲେ।ଏବେବି ରାସ୍ତାଟି ବହୁତ ଖରାପ ଅବସ୍ଥାରେ ଅଛି।ଏସଡିଆରଏଫ ଯବାନ ଲଗାତାର
ଧାମରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ସ୍ଥାନକୁ ପହଁଞ୍ଚାଇବାକୁ ନିରନ୍ତର କାର୍ଯ୍ୟ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା