ସରକାରଙ୍କ ଉପରେ ନିର୍ଭର କରେ କଣ ଆକ୍ସନ ନେବେ - ମୁନା ଖାଁ
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ଓଏଏସ୍ ସଂଘର ଧର୍ମଘଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ମୁନା ଖାଁ। ସେ କହିଛନ୍ତି ଯେ ବିଜେଡି ଓଏଏସ୍ ଆନ୍ଦୋଳନକୁ ସମର୍ଥନ କରୁଛି। ଯେଉଁ ଭଳି ଭାବେ ତାଙ୍କୁ ମାଡ଼ ମରାଯାଇଛି ତାହା ଅପରାଧ। ସରକାରୀ କର୍ମଚାରୀଙ୍କ ଦପ୍ତରରେ ପଶି ଏଭଳି ମାଡ଼ ମାରିବା ଯୁକ୍ତିଯୁକ୍ତ
ସରକାରଙ୍କ ଉପରେ ନିର୍ଭର କରେ କଣ ଆକ୍ସନ ନେବେ - ମୁନା ଖାଁ


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ଓଏଏସ୍ ସଂଘର ଧର୍ମଘଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ମୁନା ଖାଁ। ସେ କହିଛନ୍ତି ଯେ ବିଜେଡି ଓଏଏସ୍ ଆନ୍ଦୋଳନକୁ ସମର୍ଥନ କରୁଛି। ଯେଉଁ ଭଳି ଭାବେ ତାଙ୍କୁ ମାଡ଼ ମରାଯାଇଛି ତାହା ଅପରାଧ। ସରକାରୀ କର୍ମଚାରୀଙ୍କ ଦପ୍ତରରେ ପଶି ଏଭଳି ମାଡ଼ ମାରିବା ଯୁକ୍ତିଯୁକ୍ତ ନୁହେଁ। ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ କଣ ଆକ୍ସନ ନେବେ। ବିଜେଡି ଓଏଏସ୍ ଙ୍କ ପଛରେ ଥାଇ ସରକାରୀ କାର୍ଯ୍ୟ ବନ୍ଦ କରେଇବା କଥା କୁହାଯାଉଛି କିନ୍ତୁ ସେମିତି କିଛି ବି ନୁହେଁ। ରାଜନୀତିରେ ଅନେକ କଥା ଶୁଣିବାକୁ ମିଳେ। ଯାହା ସତ୍ୟ ତାହା ତ ସବୁଠି ଘୁରି ବୁଲୁଛି। କିନ୍ତୁ ଦଳ ଓଏଏସ ଦାବି କରିଥିବା କଥାରେ ଏକମତ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande