ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ତରଫରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Plantation program by DLSA Kandhmal
ଫୋଟ


କନ୍ଧମାଳ, ୩ ଜୁଲାଇ (ହି.ସ.)- ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ପରିସରରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା ଯୋଗଦେଇ ପୃଥିବୀର ତଥା ଆମ ଦେଶର ପରିବେଶ ସୁରକ୍ଷା ତଥା ପ୍ରକୃତି ଓ ଋତୁଚକ୍ରର ସୁରକ୍ଷା ପାଇଁ ବୃକ୍ଷରୋପଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଏଥିସହିତ ସେ ନିଜେ ପ୍ରଥମେ ବୃକ୍ଷ ରୋପଣ କରିଥିଲେ।

ଏହି ଅବସରରେ ତାଙ୍କ ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ବିଚାରପତି, ପରିବାର ଅଦାଲତ, ରାଜେଶ ଦାଶ, ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି, ପ୍ରୀତିଶ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲା ଜଜ୍, ମନୋରଞ୍ଜନ ଦାଶ, ପୋକ୍ସୋ କୋର୍ଟ ର ବିଚାରପତି, କୈଳାଶ ଚନ୍ଦ୍ର ସ୍ବାଇଁ, ଏଫ.ଟି.ଏସ.ସି. କୋର୍ଟ ର ବିଚାରପତି, ଶ୍ରୀମତୀ ବନାଲି ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି, ରମାକାନ୍ତ ମହାନ୍ତି, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପ୍ରିୟ ରଞ୍ଜନ ଓଝା, ରେଜିସ୍ଟ୍ରାର, ସିଭିଲ କୌର୍ଟ୍ସ, ଶ୍ରୀମତୀ ସୌମ୍ୟା ସୋନାଲିକା, ଏସ.ଡି.ଯେ.ଏମ., ବଦ୍ରିନାରାୟଣ ବିଶ୍ବାଳ, ଜେ.ଏମ୍.ଏସ.ସି, ଶୁଶ୍ରୀ ଲୋପାମୁଦ୍ରା ଆଚାର୍ଯ୍ୟ, ଶ୍ରୀଯୁକ୍ତ ବିରେନ୍ଦ୍ର ସୁବୁଦ୍ଧି, ସମ୍ପାଦକ, ଜିଲ୍ଲା ଓକିଲ ସଂଘ, ମଧୁପା ସୁନା, ଅଧ୍ୟକ୍ଷ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ଫୁଲବାଣୀ, ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ବୃନ୍ଦ, ସୁନୀଲ ଅରୁଣ କୁମାର ନାୟକ, ଉପ-ଆରକ୍ଷୀ ଅଧିକ୍ଷକ(ଗୃହରକ୍ଷୀ), ଫୁଲବାଣୀ, ପ୍ରତାପ କୋଟ୍ଟପଲ୍ଲୀ, ବନଖଣ୍ଡ ଅଧିକାରୀ ଶ୍ରୀମତୀ ସ୍ଵେତାଲିନା ସାହୁ, ସହକାରୀ ବନ ସଂରକ୍ଷକ, ଶିବରାମ ଲେଙ୍କା, ବନାଞ୍ଚଳ ଅଧିକାରୀ, ଅଶୋକ କୁମାର ବେହେରା, ସରକାରୀ ଓକିଲ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ, ନିରୋଦ କୁମାର ପାତ୍ର, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ, ଜିଲ୍ଲା ଆଇନ ସେବା ସମ୍ମୁଖ କାର୍ଯ୍ୟାଳୟର ଆଇନଜୀବୀ, ଅନୁପ ନାରାୟଣ ନାୟକ, ପ୍ରେମାନନ୍ଦ ପାତ୍ର, ବନରକ୍ଷୀ, ଶ୍ରୀ ସରୋଜ କୁମାର ମିଶ୍ର, ବନପାଳ ଓ ପାରା ଲିଗାଲ ସ୍ଵେଚ୍ଛା ସେବି ବୃନ୍ଦ ଯୋଗ ଦେଇଥିଲେ ।

ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଁଳା, ଅର୍ଜୁନ, ଜାମୁ, ଶିରିଶ, ଫାଶୀ, ଡୋଲିଚନ୍ଦନ, କୃଷ୍ଣଚୂଡା, କରଞ୍ଜ ଓ ସୁନ୍ଦରକଣି ବାଉଁଶ ଆଦି ଚାରାଗଛ ରୋପଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande