କାଠମାଣ୍ଡୁ, 3 ଜୁଲାଇ
(ହି.ସ)-ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଚାରି ବର୍ଷ ପୁର୍ବେ କରାଯାଇଥିବା 52 ସାମ୍ବିଧାନିକ
ନିଯୁକ୍ତିକୁ ସୁପ୍ରିମକୋର୍ଟ ବୈଧ ଘୋଷଣା କରି ତାଙ୍କୁ ଏକ ବଡ ଆଶ୍ୱସ୍ତି
ଦେଇଛନ୍ତି।ସୁପ୍ରିମକୋର୍ଟ ସାମ୍ବିଧାନିକ ବେଞ୍ଚ 3-2 ଭୋଟରେ ବହୁମତରେ ରାୟ ପ୍ରଦାନ କରିଛନ୍ତି।ପ୍ରଧାନମନ୍ତ୍ରୀ
ଓଲିଙ୍କ ପୁର୍ବ କାର୍ଯ୍ୟକାଳରେ ସଂସଦ ଭଙ୍ଗ ହେବା ପରେ ମଧ୍ୟ ଦେଶର ସମସ୍ତ ଗୁରୁତ୍ୱପୁର୍ଣ୍ଣ
ସାମ୍ବିଧାନିକ ପଦବୀରେ ନିଯୁକ୍ତି ଦିଆଯାଇଥିଲା।ଏଥିପାଇଁ ଏକ ଆଧ୍ୟାଦେଶ ଆଣି ସାମ୍ବିଧାନିକ
ପରିଷଦର ବୈଠକର ନିୟମ ପରିବର୍ତ୍ତନ କରାଯାଇଥିଲା।ଓଲିଙ୍କ ନିଷ୍ପତ୍ତି ବିରୁଦ୍ଧରେ
ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା,ଯେଉଁଥିରେ ନିଯୁକ୍ତି ବାତିଲ କରିବାକୁ ଦାବି
କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା