ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ,ତୀର୍ଥଯାତ୍ରୀ ବାଲଟାଲ ଏବଂ ନୁନବାନ ଆଧାର ଶିବିରରୁ ପ୍ରସ୍ଥାନ କଲେ
ଶ୍ରୀନଗର 3 ଜୁଲାଇ (ହି.ସ)-ବାର୍ଷିକ ଅମରନାଥ ଯାତ୍ରା ଗୁରୁବାର ଦିନ କାଶ୍ମୀର ଘାଟୀରୁ ଆରମ୍ଭ ହୋଇଛି ଯେଉଁଥିରେ ତୀର୍ଥଯାତ୍ରୀମାନଙ୍କ ପ୍ରଥମ ଦଳ ବାଲଟାଲ ଏବଂ ନୁନବାନ ଆଧାର ଶିବିରରୁ ଦକ୍ଷିଣ କାଶ୍ମୀରହିମାଳୟରେ 3880 ମିଟର ଉଚ୍ଚଗୁମ୍ଫା ମନ୍ଦିର ପାଇଁ ଯାତ୍ରା କରିଛନ୍ତି।
ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ,ତୀର୍ଥଯାତ୍ରୀ ବାଲଟାଲ ଏବଂ ନୁନବାନ ଆଧାର ଶିବିରରୁ ପ୍ରସ୍ଥାନ କଲେ


ଶ୍ରୀନଗର

3 ଜୁଲାଇ (ହି.ସ)-ବାର୍ଷିକ ଅମରନାଥ ଯାତ୍ରା ଗୁରୁବାର ଦିନ କାଶ୍ମୀର ଘାଟୀରୁ ଆରମ୍ଭ ହୋଇଛି

ଯେଉଁଥିରେ ତୀର୍ଥଯାତ୍ରୀମାନଙ୍କ ପ୍ରଥମ ଦଳ ବାଲଟାଲ ଏବଂ ନୁନବାନ ଆଧାର ଶିବିରରୁ ଦକ୍ଷିଣ କାଶ୍ମୀରହିମାଳୟରେ 3880 ମିଟର ଉଚ୍ଚଗୁମ୍ଫା ମନ୍ଦିର ପାଇଁ

ଯାତ୍ରା କରିଛନ୍ତି।ଶ୍ରୀ ଅମରନାଥ ଜୀଙ୍କ ଗୁମ୍ଫାରେ ପ୍ରାକୃତିକ ଭାବରେ ନିର୍ମିତ ବରଫର

ଶିବଲିଙ୍ଗ ଅଛି।ଅଧିକାରୀମାନେ କହିଛନ୍ତି ଯେ ଯାତ୍ରାଟି ଭୋରରୁଦୁଇଟି ରୁଟରୁ ଆରମ୍ଭ ହୋଇଛି,ପାରମ୍ପରିକ 48 କିଲୋମିଟର

ଲମ୍ବା ନୁନୱାନ-ପହଲଗାମ ରୁଟ ଏବଂ 14 କିଲୋମିଟର ଲମ୍ବା ବାଲଟାଲ ରୁଟ।ଅଧିକାରୀମାନେ କହିଛନ୍ତି

ଯେ ପୁରୁଷ ,ମହିଳା ଏବଂ ସାଧୁଙ୍କ ସମେତ ତୀର୍ଥଯାତ୍ରୀଙ୍କ ଦଳ ସକାଳ ହେବା ମାତ୍ରେ ଦକ୍ଷିଣ

କାଶ୍ମୀରର ଅନନ୍ତନାଗରେ ପହଲଗାମର ନୁନୱାନ ଆଧାର ଶିବିର ଏବଂ ମଧ୍ୟ କାଶ୍ମୀରର ଗାନ୍ଦବଲର ସୋନମାର୍ଗ

ଅଞ୍ଚଳରେ ବାଲଟାଲ ଆଧାର ଶିବିରରୁ ବାହାରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande