ନୂଆଦିଲ୍ଲୀ, 3 ଜୁଲାଇ (ହି.ସ.)
ଆରମ୍ଭ ହୋଇଛି
ଅମରନାଥ ଯାତ୍ରା । ଏହି ଅବସରରେ ଅମରନାଥ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,
ପବିତ୍ର ଅମରନାଥ ଯାତ୍ରାର ଶୁଭାରମ୍ଭ ଅବସରରେ ବାବା ବର୍ଫାନୀଙ୍କ ଦର୍ଶନ କରିବାକୁ ଯାଉଥିବା
ତୀର୍ଥଯାତ୍ରୀ ଓ ଦର୍ଶନାଭିଳାଷୀଙ୍କୁ ହାର୍ଦ୍ଦିକ ଶୁଭକାମନା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହିମାଳୟ
କୋଳରେ ମହାଦେବଙ୍କ ପବିତ୍ର ଧାମର ଏହି ଯାତ୍ରା ନିଜର ଧାର୍ମିକ ଗୁରୁତ୍ୱର ସହ ଭାରତର ସନାତନ
ସଂସ୍କୃତିର ଅତୁଟ ପରମ୍ପରା ଓ ସାଂସ୍କୃତିକ ଏକତାର ବି ପ୍ରତୀକ ଅଟେ । ଭୋଳାନାଥ ସମସ୍ତ
ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ସୁଖଦ, ସୁଲଭ ଓ ସଫଳ କରନ୍ତୁ । ବାବା ଅମରନାଥଙ୍କ କୃପା ସମସ୍ତଙ୍କ
ଉପରେ ରହୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା