ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ନୀଳଗିରି ବିଧାୟକଙ୍କ ପ୍ରତି ମିଥ୍ୟା ଅଭିଯୋଗ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ମିଥ୍ୟା ଅଭିଯୋଗରେ ପିଏଚଡି କରିଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ସେ କହିଛନ୍ତି ଯେ, ଯେବେଠାରୁ ବିଜୁ ଜନତା ଦଳ ବିରୋଧୀ ଦଳରେ ବସିଲାଣି କ୍ଷମତାରୁ ଦୂରେଇ ରହିବା କାରଣରୁ ସେମାନେ ରାଜନୈତିକ ସ୍ତରରେ ପ୍ରତିହିଂସା ପରାଣୟ ହୋଇ ସାରିଛନ୍ତି । ବିଜେପି ସରକାରକୁ ବଦନାମ କରିବା ପାଇଁ ମିଛ ପରେ ମିଛ କହି ଚାଲିଛନ୍ତି। କୁଲଡିହା ଅଭୟାରଣ୍ୟରେ ହୋଇଥିବା ହାତୀ ମୃତ୍ୟୁ ମାମଲାରେ ଅଦ୍ୟାବଧି ଚାରି ଜଣ ଗିରଫ ହୋଇ ସାରିଲେଣି ଏବଂ ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ଅଭ୍ୟାସଗତ ଅପରାଧୀ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ୧୫ ବର୍ଷର ପୁରୁଣା ମାମଲା ମଧ୍ୟ ଅଛି। ରାଜ୍ୟରେ ବିଜୁ ଜନତା ଦଳ ୨୪ ବର୍ଷ ଶାସନରେ ଥିଲା। ତେଣୁ ଏହି ଘଟଣାରେ ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକଙ୍କୁ ଏହି ଘଟଣାରେ ଅଯଥାରେ ଟାଣିବା ବିଜେଡିର ଏକ ଷଡଯନ୍ତ୍ର ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।
ସେ କହିଛନ୍ତି ଯେ, ହାତୀ ମୃତ୍ୟୁ ଘଟଣା ଯେବେ ଠାରୁ ସାମନାକୁ ଆସିଛି ଜଙ୍ଗଲ ବିଭାଗ ଓ ପୋଲିସ ତାଙ୍କର କାମ ଠିକ ଭାବେ କରିଛି ଓ ଶୀକାରୀ ମାନଙ୍କରୁ ଧରିବାରେ ସଫଳ ହୋଇଛିା
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନୀଳଗିରି ଅଂଚଳରେ ଗତ ଦଶ ବର୍ଷ ଭିତରେ ୩୦ରୁ ଅଧିକ ହାତୀ ଶୀକାରୀଙ୍କ ଦ୍ୱାରା ହତ୍ୟା ହୋଇଛନ୍ତି । ବିଜୁ ଜନତା ଦଳ ସ୍ପଷ୍ଟ କରୁ ତାଙ୍କୁ ସରକାରରେ କେଉଁ ବିଧାୟକ ଓ ସାଂସଦ ମାନେ ଏଥିରେ ସଂପୃକ୍ତ ଥିଲେ। କ୍ଷମତାରୁ ଦୂରେଇ ଯାଇଥିବାରୁ ବିଜୁ ଜନତା ଦଳର ବନ୍ଧୁ ମାନେ ଏବେ ଲୋକ ମାନଙ୍କ ମନରେ ବିଭ୍ରାନ୍ତି ଆଣିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରୁ ସେମାନେ କ୍ଷାନ୍ତ ରହନ୍ତୁ ବୋଲି ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା