ଡାହୁକ ଡାକିଲା ହୋ ଭଗତେ.....
ପୁରୀ, ୩ ଜୁଲାଇ (ହି.ସ.)- ଡାହୁକ ଡାକିଲା ହୋ ଭଗତେ......ହୋ ଭଗତେ.......ରଥ ଚାଲେ ଘୁଁ, ଚକ ଚାଲେ ଘୁଁ କହିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣନ୍ତି । ରଥଘୋଡା ଉପରେ ଡାହୁକ ଠିଆ ହୋଇ ଲମ୍ବା ବେତ ହଲାଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ରଥ ମୋଡ ସମ୍ପର୍କରେ ବେତ ହଲାଇଥାଆନ୍ତି । ଡାହୁକ ପୁରାତନ ଓ ବଂଶା
ଡାହୁକ ଡାକିଲା ହୋ ଭଗତେ..............


ପୁରୀ, ୩ ଜୁଲାଇ (ହି.ସ.)- ଡାହୁକ ଡାକିଲା ହୋ ଭଗତେ......ହୋ ଭଗତେ.......ରଥ ଚାଲେ ଘୁଁ, ଚକ ଚାଲେ ଘୁଁ କହିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣନ୍ତି । ରଥଘୋଡା ଉପରେ ଡାହୁକ ଠିଆ ହୋଇ ଲମ୍ବା ବେତ ହଲାଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ରଥ ମୋଡ ସମ୍ପର୍କରେ ବେତ ହଲାଇଥାଆନ୍ତି । ଡାହୁକ ପୁରାତନ ଓ ବଂଶାନୁକ୍ରମିକ । ଶ୍ରୀଗୁଣ୍ଡିଚା, ଦକ୍ଷିଣମୋଡ ଓ ବାହୁଡ଼ା ଦିନ ଡାହୁକଙ୍କ ସେବା ରହିଛି । ଡାହୁକ ସେବକ ମାନେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆଷାଢ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ସଂକଳ୍ପ କରିବା ସହ ହବିଷ୍ୟାନ୍ନ ପାଳନ କରିଥାନ୍ତି । ପିଢି ପରେ ପିଢି ଡାହୁକ ମାନେ ସେବା ଯୋଗାଉଛନ୍ତି । ଡାହୁକ ପକ୍ଷୀ ରାବ ଦେଲେ ବର୍ଷା ଆସେ । ରଥ ଡାହୁକ ଡାକଦେଲେ ରଥ ଚାଲେ । ପ୍ରତି ରଥରେ ଦୁଇ ଜଣ ଡାହୁକ ସେବା କରନ୍ତି । ଡାହୁକ ସେବକ ମାନେ ନିଷ୍ଠା ଓ ଶ୍ରଦ୍ଧାର ସହ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande