ହୀରାକୁଦ ପାଇଁ ବିପଦ ନାହିଁ- ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ବିପଦ ସଂକେତ ତଳେ ଅଛି । ଝାଡ଼ଖଣ୍ଡରେ ଯେଉଁ ଘୁର୍ଣ୍ଣିବଳୟ ହୋଇଛି, ତାହା ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ । ହୀରାକୁଦ ପାଇଁ ବିପଦ ନାହିଁ ବୋଲି କହିଛନ୍ତି ଜଳସଂପଦ ପ୍ରୋକ୍ୟୋରମେଂଟ ସର୍ବୋଚ୍ଚ
ହୀରାକୁଦ ପାଇଁ ବିପଦ ନାହିଁ- ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ସୁବର୍ଣ୍ଣରେଖା, ବୁଢାବଳଙ୍ଗ

ଓ ଜଳକା ବିପଦ ସଂକେତ ତଳେ ଅଛି । ଝାଡ଼ଖଣ୍ଡରେ ଯେଉଁ ଘୁର୍ଣ୍ଣିବଳୟ ହୋଇଛି, ତାହା ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ । ହୀରାକୁଦ ପାଇଁ

ବିପଦ ନାହିଁ ବୋଲି କହିଛନ୍ତି ଜଳସଂପଦ ପ୍ରୋକ୍ୟୋରମେଂଟ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି

। ବ୍ରାହ୍ମଣୀ ପାଇଁ ଵି ରେଙ୍ଗାଳି ଓ ହୀରାକୁଦ ଜଳ ଧାରଣ ପାଇଁ ପ୍ରସ୍ତୁତ ଅଛି । ବୈତରଣୀ

ଉପରମୁଣ୍ଡରେ ବର୍ଷା ହେବ ।

ଗାଁ ଭିତରୁ ପାଣି ଛାଡ଼ୁନି, ଅସମୟରେ ପାଣି ଆସିଲା । ତେବେ ଖୁବ ଶୀଘ୍ର

ଏହା ସମୁଦ୍ରକୁ ଯିବାର ଆଶା ଅଛି । ଝାଡ଼ଖଣ୍ଡର ଚାନ୍ଦିଲିର 6 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି

। ବର୍ଷା ବଢ଼ୁଛି । କେଉଁ ମାସ କେତେ ବର୍ଷା ଆକଳନ କରି ହେଉନି । ଗତ ମାସରେ ମୟୁରଭଞ୍ଜରେ

ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଘାଇ କେଉଁଠି ଵି ହୋଇନି । ବର୍ଷା ସବୁଠି ଅଧିକ ହେଉନି

। ମହାନଦୀରେ 60 ମିଳିମିଟର ବର୍ଷା, ବ୍ରାହ୍ମଣୀରେ 30

ମିଳିମିଟର ବର୍ଷା ହୋଇଛି । ଏକକାଳୀନ ଉପର ଓ ତଳ ମୁଣ୍ଡରେ ସହ ବାଦଲ ଫାଟିଲେ ବନ୍ୟା ହେବ । ତେବେ

ଵାଦଲ ଫଟା ବର୍ଷାର ସମ୍ଭାବନା ନାହିଁ । ଡ୍ୟାମର ଅବବାହିକାରେ ବର୍ଷା ଉପରେ ନିର୍ଭର କରିବ

ବନ୍ୟାରେ ସ୍ଥିତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande