ଚଣ୍ଡିଗଡ, 3 ଜୁଲାଇ (ହି.ସ.)
- ପଞ୍ଜାବ
କ୍ୟାବିନେଟରେ ମନ୍ତ୍ରୀ ଭାବେ ସଂଜୀବ ଅରୋଡ଼ାଙ୍କ ଏଂଟ୍ରିର କିଛି ସମୟ ପରେ ପୁରୁଣା ମନ୍ତ୍ରୀ
କୁଲଦୀପ ଧାଲିୱାଲ୍ ଇସ୍ତଫା ଦେଇଛନ୍ତି । ଆଜି ଶପଥ ଗ୍ରହଣ କରିଥିବା ସଂଜୀବ ଅରୋଡ଼ାଙ୍କୁ ଉଦ୍ୟୋଗ
ଓ ବାଣିଜ୍ୟ, ବିନିଯୋଗ ପ୍ରଚାର ଓ ଏନଆରଆଇ ବିଭାଗର ଦାୟିତ୍ୱ ଦିଆଯାଇଛି। ପଞ୍ଜାବ
ବିଧାନସଭାରେ ମୋଟ ୧୧୭ ଜଣ ବିଧାୟକ ଅଛନ୍ତି, ଯାହା ଅନୁଯାୟୀ ଏଠାରେ
ମୁଖ୍ୟମନ୍ତ୍ରୀ ସହିତ ସର୍ବାଧିକ ୧୮ ଜଣ ମନ୍ତ୍ରୀ ହୋଇପାରିବେ । ଆଜି ହୋଇଥିବା ଅଦଳବଦଳ ପରେ
ମଧ୍ୟ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀମାନଙ୍କ ସଂଖ୍ୟା ୧୬ ରହିଛି।
ଲୁଧିଆନା ପଶ୍ଚିମ ବିଧାନସଭା
ଆସନରୁ ଉପନିର୍ବାଚନ ଜିତିଥିବା ସଂଜୀବ ଅରୋଡାଙ୍କୁ ଗୁରୁବାର ରାଜ୍ୟପାଳ ଗୁଲାବଚନ୍ଦ କଟାରିଆ
କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ରାଜଭବନରେ ଦ୍ୱିପ୍ରହର
ଭୋଜ ଚାଲିଥିବାବେଳେ ଏହି ସମୟରେ ପଞ୍ଜାବର ଏନଆରଆଇବିଭାଗର ମନ୍ତ୍ରୀ କୁଲଦୀପ ଧାଲିୱାଲଙ୍କ ଇସ୍ତଫାର ଖବର ଆସିଥିଲା। ଧାଲିୱାଲଙ୍କ ପାଖରେ ଥିବା
ବିଭାଗଗୁଡ଼ିକୁ ପଞ୍ଜାବ ସରକାର ଲଗାତାର ଭାବେ କମାଇ ଆସୁଥିଲେ। ପ୍ରଥମେ ତାଙ୍କ ପାଖରୁ କୃଷି
ବିଭାଗ ନେଇଯାଇଥିଲା, ତା’ପରେ ବିକାଶ ଏବଂ ପଞ୍ଚାୟତ ବିଭାଗ ନେଇ ତାଙ୍କୁ ଏନଆରଆଇବିଭାଗ ଦିଆଯାଇଥିଲା। ଆଜି ଧାଲିୱାଲ ଏହି ବିଭାଗର ମନ୍ତ୍ରୀ
ପଦରୁ ଇସ୍ତଫା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା