ଭବାନୀପାଟଣା, ୩୧ ଜୁଲାଇ (ହି.ସ.)- ଆଜି ଭବାନୀପାଟଣା ଜେଲ୍ ରୁ ବାହାରିବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପ-ଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମା । ୪୦ ଦିନ ଜେଲ୍ ରେ ରହିବା ପରେ ଆଜି ସେ ଜାମିନ୍ ରେ ଜେଲ୍ ରୁ ବାହାରିବେ ।
ପ୍ରକାଶ ଥାଉକି, ବ୍ୟବସାୟୀଙ୍କ ଠାରୁ ଲାଂଚ ନେଉଥିବା ବେଳେ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲା ବର୍ତମାନ ବିଚାରାଧିନ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ