ଗଂଜାମ, 31 ଜୁଲାଇ (ହି.ସ.)ଗଞ୍ଜାମ ଜିଲାରେ ବହୁ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ରରୁ ପୃଷ୍ଟିକର ଖାଦ୍ୟ ମିଳୁନଥିବାରୁ ହିତାଧିକାରୀ ମାନେ ଅପପୃଷ୍ଟିର ଶୀକାର ହେଉଛନ୍ତି। ପୋଷଣ ଟ୍ରାକର ସହ ଏଫଆରଏସ ସଂଯୋଗୀକରଣ ହୋଇପାରୁନଥିଵାରୁ ହିତାଧିକାରୀ ମାନେ ଅଙ୍ଗନବାଡି କେନ୍ଦ୍ରରୁ ଖାଦ୍ୟ ପାଇପାରୁନାହାଁନ୍ତି। ଏଫଆରସି ପାଇଁ ଅଙ୍ଗନବାଡି କର୍ମୀଙ୍କ ପାଖରେ ସାଧନ ନାହିଁ। ସେମାନଙ୍କୁ ଭଲ ଫୋନଟିଏ ମଧ୍ୟ ଯୋଗାଇ ଦିଆଯାଇନାହିଁ।୨୦୨୦ ମସିହା ଏକ ଟୁ ଜିଵି ମୋବାଇଲ ଫୋନ୍ ଦିଆଯାଇଥିଲା। ଦୁଇ ବର୍ଷ ପରେ ଏହି ଫୋନ୍ ଗୁଡିକ ଅଚଳ ହୋଇଯାଇଛି । ଏଣୁ ସରକାରଙ୍କ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ୫ଜି ମୋବାଇଲ ଫୋନ ଯୋଗାଇ ଦେଲେ ଏଫଆରସି ସୁବିଧାରେ କରିହେଵ, ଏହାଫଳରେ ହିତାଧିକାରୀ ମାନେ ମଧ୍ୟ ସୁବିଧାରେ ପୃଷ୍ଟିକର ଖାଦ୍ୟ ପାଇପାରିବେ। ତୁରନ୍ତ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡା ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ