ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)
- ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ
ଯାଦବ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ଶିକ୍ଷାର ଗୁଣବତ୍ତା, ନବାଚାର ଆଧାରିତ
ବିକାଶ ଓ ଯୁବପିଢିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ ସକରାତ୍ମକ ଆଲୋଚନା
ହୋଇଛି । ମଧ୍ୟପ୍ରଦେଶରେ ଶିକ୍ଷା ବ୍ୟବସ୍ଥାକୁ ସଶକ୍ତ ଓ ସମାବେଶୀ କରିବା ପାଇଁ ଭାରତ ସରକାର ଓ
ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା