ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)-ମୁନସି ପ୍ରେମଚାନ୍ଦଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୀ ସାହିତ୍ୟର ଏକ ଅଦ୍ୱିତୀୟ ଐତିହ୍ୟ,ପ୍ରସିଦ୍ଧ ସାହିତ୍ୟିକ ମୁନସି ପ୍ରେମଚାନ୍ଦଙ୍କୁ ତାଙ୍କର ଜୟନ୍ତୀ
ଅବସରରେ ସାଦର ପ୍ରଣାମ କରୁଛି । ତାଙ୍କର ରଚନା କେବଳ ହିନ୍ଦୀ ସାହିତ୍ୟର ଗୌରବ ନୁହେଁ, ବରଂ ସମାଜର ବଞ୍ଚିତ ଶ୍ରେଣୀର ଯନ୍ତ୍ରଣା, ସଂଘର୍ଷ ଓ ସ୍ଵପ୍ନଗୁଡ଼ିକୁ ତାଙ୍କର କଲମ ଦ୍ୱାରା ଜୀବନ୍ତ ହୋଇଉଠେ ।
‘ଗୋଦାନ’, ‘ରଙ୍ଗଭୂମି’, ଓ ‘ନିର୍ମଳା’ ପରି କୃତିଗୁଡ଼ିକ ଆଜି ମଧ୍ୟ ଆମ ହୃଦୟରେ ଗଭୀର ପ୍ରଭାବ ପକାଇଥାଏ । ପ୍ରେମଚାନ୍ଦ
ଜୀ ସାମାଜିକ ଅସମାନତାକୁ ଉଜାଗର କରିବା ସହିତ ତାଙ୍କର ଲେଖନୀ ମାଧ୍ୟମରେ ଜନଜାଗରଣ କରିଥିଲେ।
ତାଙ୍କର ଏହି ସାହିତ୍ୟିକ ଐତିହ୍ୟ ବର୍ଷ ବର୍ଷ ଆମ ସମାଜ ଓ ସଂସ୍କୃତିରେ ବିଦ୍ୟମାନ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା