ଛତିଶଗଡର ଜଶପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ
ଜଶପୁର, 31 ଜୁଲାଇ (ହି.ସ.)- ଛତିଶଗଡ଼ର ଜଶପୁର ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପର ମୃଦୁ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ସକାଳ 7ଟା 31ମିନିଟ୍ ସମୟରେ ଆସିଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରିଆସିଥିଲେ। ଭୂକମ୍ପରେ କୌଣସି ପ୍ରକାରର ଧନଜୀବନ ହାନିର ଖବର ମିଳିନାହିଁ। ଭୂ
ଛତିଶଗଡର ଜଶପୁରରେ ଭୂକମ୍ପ     ଝଟ୍‌କା ଅନୁଭୂତ


ଜଶପୁର, 31 ଜୁଲାଇ (ହି.ସ.)- ଛତିଶଗଡ଼ର ଜଶପୁର

ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପର ମୃଦୁ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ସକାଳ 7ଟା 31ମିନିଟ୍

ସମୟରେ ଆସିଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରିଆସିଥିଲେ। ଭୂକମ୍ପରେ କୌଣସି ପ୍ରକାରର ଧନଜୀବନ

ହାନିର ଖବର ମିଳିନାହିଁ।

ଭୂକମ୍ପର କେନ୍ଦ୍ରସ୍ଥଳ

ଜଶପୁର ଜିଲ୍ଲାର ବଗିଚା ଅଞ୍ଚଳରେ ରହିଛି ବୋଲି କୁହାଯାଉଛି। ତେବେ ପ୍ରଶାସନ ପକ୍ଷରୁ

ଏପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ଜାରି କରାଯାଇନାହିଁ। ଭୂଗର୍ଭ ବୈଜ୍ଞାନିକ ଅନିଲ ସିହ୍ନା

କହିଛନ୍ତି ଯେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4 ମ୍ୟାଗ୍ନିଚୁଡ୍ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande