ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)-ରାଜ୍ୟସଭାରେ ଗୁରୁବାର
ମଣିପୁରରେ ରାଷ୍ଟ୍ରପତି ଶାସନ ବଢ଼ାଇବା ସଂପର୍କୀୟ ପ୍ରସ୍ତାବ ଆଗତ କରାଯିବ। ଆଲୋଚନା ପରେ ଏହା
ଉପରେ ଭୋଟ ହେବ।
ରାଜ୍ୟସଭାର ଜାରି
କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ସଂବିଧାନର ଅନୁଚ୍ଛେଦ 356 ଅନୁଯାୟୀ ମଣିପୁର ସଂପର୍କରେ ରାଷ୍ଟ୍ରପତିଙ୍କ
ଦ୍ୱାରା 13 ଫେବୃଆରୀ 2025 ରେ ଜାରି କରାଯାଇଥିବା ଘୋଷଣାକୁ 13 ଅଗଷ୍ଟ 2025
ଠାରୁ ଛଅ ମାସ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଅନୁମୋଦନ ନିମିତ୍ତରେ ପ୍ରସ୍ତାବ ଆଗତ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା