ଦୁଇ ଦିବସୀୟ ଗସ୍ତରେ ଝାରଖଣ୍ଡରେ ପହଂଚିଲେ ରାଷ୍ଟ୍ରପତି
ଦେବଘର, 31 ଜୁଲାଇ (ହି.ସ.)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦୁଇ ଦିନିଆ ଗସ୍ତରେ ଝାରଖଣ୍ଡରେ ପହଞ୍ଚିଛନ୍ତି। ଦେଵଘର ବିମାନବନ୍ଦରରେ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ସହ ଅନ୍ୟାନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଦୁଇ ଦିବସୀୟ ଗସ୍ତରେ ଝାରଖଣ୍ଡରେ ପହଂଚିଲେ     ରାଷ୍ଟ୍ରପତି


ଦେବଘର, 31 ଜୁଲାଇ (ହି.ସ.)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦୁଇ ଦିନିଆ ଗସ୍ତରେ

ଝାରଖଣ୍ଡରେ ପହଞ୍ଚିଛନ୍ତି। ଦେଵଘର ବିମାନବନ୍ଦରରେ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଏବଂ ରାଜ୍ୟ

ସରକାରଙ୍କ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ସହ ଅନ୍ୟାନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

ରାଜ୍ୟପାଳ କହିଛନ୍ତି ଯେ, ଶ୍ରାବଣ ମାସର ଏହି ପୁଣ୍ୟ ସମୟରେ ରାଷ୍ଟ୍ରପତିଙ୍କର ଦେଵଘର ଆଗମନ ସମସ୍ତ ରାଜ୍ୟବାସୀମାନଙ୍କ

ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ରାଜ୍ୟପାଳ କହିଛନ୍ତି ଯେ, ଦେଵଘର କେବଳ ଝାରଖଣ୍ଡ ନୁହେଁ, ସମ୍ପୂର୍ଣ୍ଣ ଭାରତବର୍ଷର ଆସ୍ଥାର ଏକ ମୁଖ୍ୟ କେନ୍ଦ୍ର। ଶ୍ରାବଣ ମାସ ସମୟରେ ବିଶେଷ କରି

ଦେଶର କୋଣ ଅନୁକୋଣରୁ ଲକ୍ଷ-ଲକ୍ଷ ଭକ୍ତ ବାବା ବୈଦ୍ୟନାଥ ଧାମରେ ଜଳାଭିଷେକ ପାଇଁ ଆସନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande