ୱେଲିଂଟନ, 31 ଜୁଲାଇ (ହି.ସ.)-ଦେଶର ତଟବର୍ତ୍ତୀ
ଅଞ୍ଚଳଗୁଡିକରେ ସୁନାମି ଗତିବିଧି ଆରମ୍ଭ ନେଇ ନ୍ୟୁଜିଲାଣ୍ଡର ଜରୁରୀକାଳୀନ ପ୍ରବନ୍ଧନ ଅଧିକାରୀ ଆଲର୍ଟ
ଜାରି କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଦେଶରେ ମୋବାଇଲ ଫୋନ ମାଧ୍ୟମରେ ଏକ
ଆଲର୍ଟ ପ୍ରସାରିତ କରାଯାଇଛି ଏବଂ ଲୋକମାନଙ୍କୁ ସମୁଦ୍ର, ବେଳାଭୂମି, ବନ୍ଦର,
ନଦୀ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଏପର୍ଯ୍ୟନ୍ତ କୌଣସି ଅଞ୍ଚଳରେ
ବାଧ୍ୟତାମୂଳକ ସ୍ଥାନାନ୍ତର ଆଦେଶ ଜାରି କରାଯାଇନାହିଁ, କିନ୍ତୁ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଶକ୍ତିଶାଳୀ ସାମୁଦ୍ରିକ ଧାରା ଓ ହଠାତ୍ ଉଠୁଥିବା
ଲହଡି ଲୋକମାନଙ୍କ ସୁରକ୍ଷା ପାଇଁ ବଡ଼ ବିପଦ ହୋଇପାରେ।
ନ୍ୟୁଜିଲ୍ୟାଣ୍ଡ,
ଭୂକମ୍ପର କେନ୍ଦ୍ରଠାରୁ ପ୍ରାୟ 6,000 ମିଲ୍ ଦୂରରେ ଅବସ୍ଥିତ ଥିବା ସତ୍ୱେ, ବିଶେଷଜ୍ଞମାନେ କହିଛନ୍ତି ଯେ ଭୂକମ୍ପ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଥମ ଲହଡି ଶୃଙ୍ଖଳ ସବୁଠାରୁ ବଡ଼ ହେବ ନାହିଁ। ଆଗାମୀ ସମୟରେ
ଏହାଠାରୁ ବଡ଼ ଲହଡି ଉପକୂଳ ଅଞ୍ଚଳରେ ଧକ୍କା
ହୋଇପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା