ଶ୍ରୀ ଅମରନାଥ ଯାତ୍ରା ପାଇଁ ଜାମ୍ମୁରୁ ବହାରିଲେ 6,979 ତୀର୍ଥଯାତ୍ରୀଙ୍କ ବ୍ୟାଚ
ଜାମ୍ମୁ, 5 ଜୁଲାଇ (ହି.ସ)-ପ୍ରବଳ ବର୍ଷା ସତ୍ତ୍ୱେ 6,979 ତୀର୍ଥଯାତ୍ରୀଙ୍କର ଏକ ନୁତନ ଦଳ ଶ୍ରୀ ଅମରନାଥ ଯାତ୍ରା ପାଇଁ ଶନିବାର ସକାଳେ ଜାମ୍ମୁର ଭଗବତୀ ନଗର ଆଧାର ଶିବିରରୁ ବାହାରିଛନ୍ତି।ଅଧିକାରୀମାନେ ସୁଚନା ଦେଇଛନ୍ତି ଯେ ଅନନ୍ତନାଗ ଜିଲ୍ଲାର ପହଲଗାମ ଏବଂ ଗାନ୍ଦରବଳ
ଶ୍ରୀ ଅମରନାଥ ଯାତ୍ରା ପାଇଁ ଜାମ୍ମୁରୁ ବହାରିଲେ 6,979 ତୀର୍ଥଯାତ୍ରୀଙ୍କ ବ୍ୟାଚ


ଜାମ୍ମୁ, 5 ଜୁଲାଇ (ହି.ସ)-ପ୍ରବଳ ବର୍ଷା

ସତ୍ତ୍ୱେ 6,979 ତୀର୍ଥଯାତ୍ରୀଙ୍କର ଏକ ନୁତନ ଦଳ ଶ୍ରୀ ଅମରନାଥ ଯାତ୍ରା ପାଇଁ ଶନିବାର ସକାଳେ

ଜାମ୍ମୁର ଭଗବତୀ ନଗର ଆଧାର ଶିବିରରୁ ବାହାରିଛନ୍ତି।ଅଧିକାରୀମାନେ ସୁଚନା ଦେଇଛନ୍ତି ଯେ

ଅନନ୍ତନାଗ ଜିଲ୍ଲାର ପହଲଗାମ ଏବଂ ଗାନ୍ଦରବଳ ଜିଲ୍ଲାର ବାଲଟାଲରେ ଦୁଇଟି ରାସ୍ତାରେ 38 ଦିନିଆ

ବାର୍ଷିକ ଯାତ୍ରା ଆରମ୍ଭ ହେବା ପରେ ପ୍ରାୟ 30,000 ତୀର୍ଥଯାତ୍ରୀ ଶ୍ରୀ ଅମରନାଥର ପବିତ୍ର

ଗୁମ୍ଫାରେ ପ୍ରାକୃତିକ ଭାବରେ ବରଫରେ ନିର୍ମିତ ଭଗବାନ ଶିବଙ୍କ ଦର୍ଶନ

କରିସାରିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ 6,979 ତୀର୍ଥଯାତ୍ରୀ ଚତୁର୍ଥ ଦଳ ଯେଉଁଥିରେ 5,196

ପୁରୁଷ,1427 ମହିଳା,24 ଶିଶୁ,331 ସାଧୁ ଏବଂ ସାଧ୍ୱୀ ତଥା ଏକ ଟ୍ରାନ୍ସଜେଣ୍ଡର ସାମିଲ ଅଛନ୍ତି,

କଡା ସୁରକ୍ଷା ମଧ୍ୟରେ ଦୁଇ ଭିନ୍ନ ଭିନ୍ନ କାଫିଲୋରେସକାଳେ 3.30 ସମୟରୁ 4.05 ସମୟ ମଧ୍ୟରେ ଭଗବତୀ ନଗର ଆଧାର ଶିବିରରୁ ବାହାରିଥିଲେ।ସେ

କହିଛନ୍ତି ଯେ 4,226 ତୀର୍ଥଯାତ୍ରୀ 161ଟି ଯାନରେ ବସି 48 କିଲୋମିଟର ଲମ୍ବା ପାରମ୍ପରିକ

ପହଲଗାମ ରୁଟ ଦେଇ ନୁନୱାନ ଆଧାର ଶିବିର ପାଇଁ ଯାଇଥିବାବେଳେ 2,753 ତୀର୍ଥଯାତ୍ରୀ 151 ଯାନରେ 14

କିଲୋମିଟର ଲମ୍ବା ଛୋଟ କିନ୍ତୁ ଅଧିକ ଉଚ୍ଚ ବାଲଟାଲ ରୁଟ ଦେଇ ଯାତ୍ରା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande