ମଣିପୁର:ଜଣେ ଉଗ୍ରବାଦୀଗିରଫ ,ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର
ଇମ୍ଫାଲ, 5 ଜୁଲାଇ (ହି.ସ)-ଇମ୍ଫାଲ ୱେଷ୍ଟର ମୋଇରାଙ୍ଗଖୋମରୁ ପୋଲିସ ଜଣେ ଉଗ୍ରବାଦୀଙ୍କୁ ଗିରଫ କରିଛି।ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ସମୟରେ ଅସ୍ତ୍ରଶସ୍ତ୍ର ,ବିସ୍ଫୋରକ ସାମଗ୍ରୀ ଏବଂ ଚୋରି ଗାଡି ଉଦ୍ଧାର କରାଯାଇଛି।ପୋଲିସ କହିଛି ଯେ ଶୁକ୍ରବାର ବିଭିନ୍
ମଣିପୁର:ଜଣେ ଉଗ୍ରବାଦୀଗିରଫ ,ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର


ଇମ୍ଫାଲ, 5 ଜୁଲାଇ (ହି.ସ)-ଇମ୍ଫାଲ

ୱେଷ୍ଟର ମୋଇରାଙ୍ଗଖୋମରୁ ପୋଲିସ ଜଣେ ଉଗ୍ରବାଦୀଙ୍କୁ ଗିରଫ କରିଛି।ଏହା ବ୍ୟତୀତ ବିଭିନ୍ନ

ସ୍ଥାନରେ ସର୍ଚ୍ଚ ଅପରେସନ ସମୟରେ ଅସ୍ତ୍ରଶସ୍ତ୍ର ,ବିସ୍ଫୋରକ ସାମଗ୍ରୀ ଏବଂ ଚୋରି ଗାଡି ଉଦ୍ଧାର

କରାଯାଇଛି।ପୋଲିସ କହିଛି ଯେ ଶୁକ୍ରବାର ବିଭିନ୍ନ ଜିଲ୍ଲାରେସମନ୍ୱିତ ଅଭିଯାନ କରାଯାଇଥିଲା।ଏହି ସମୟରେ ଇମ୍ଫାଲ

ୱେଷ୍ଟର ମୋଇରାଙ୍ଗଖୋମରୁ ଉଗ୍ରବାଦୀ ସଂଗଠନ ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ

(ୟୁଏମଏମଏଫ-ପୀ)ର ସଦସ୍ୟ 38 ହର୍ଷୀୟ ହେସନାମ ରୋମିଓ ସିଂହଙ୍କୁ ଗିରଫ କରାଯାଇଥିଲା।ତାଙ୍କଉପରେ ଇମ୍ଫାଲ ଅଞ୍ଚଳର ସରକାରୀ କାର୍ଯ୍ୟାଳୟ ଏବଂ ଘରୋଇ

ପ୍ରତିଷ୍ଠାନରୁ ଚାନ୍ଦା ଆଦାୟରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।ଗିରଫ ହେବା ସମୟରେ ତାଙ୍କ

ନିକଟରୁ 22,500 ଟଙ୍କା ନଗଦ,ଗୋଟିଏ ମୋବାଇଲ ଫୋନ ଏବଂ ଗୋଟିଏ ୱାଲେଟ ଜବତ କରାଯାଇଥିଲା।ଏହା

ବ୍ୟତୀତ ଇମ୍ଫାଲ ୱେଷ୍ଟର ସେକ୍ମାଇ ଥାନା ଅଞ୍ଚଳର ଚାନବିରୋକ ହିଲ ଅଞ୍ଚଳରେ ଉଦ୍ଧାର ସମୟରେ ଏକ

ୱାଲେଟ ଏକ୍ସନ ରାଇଫଲ,9ଏମଏମ କାର୍ବାଇନ ସବମସୀନ ଗନ (ମ୍ୟାଗାଜିନ ସମେତ) ,ବିନା ଡେଟୋନେଟର ହାଇ-ଏକ୍ସପ୍ଲୋସିବ

ଗ୍ରେନେଡ (ନଂ-36),ତିନି ଅତିରିକ୍ତ ମ୍ୟାଗାଜିନ,ଏକ ହେଲମେଟ,ଚାରୋଟି 5.56 ମିମି ଇନ୍ସାସ

ରାଉଣ୍ଡ ଏବଂ ଚାରୋଟି ଆଇଇଡୀ ଉଦ୍ଧାର କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande