ନୂଆଦିଲ୍ଲୀ
5 ଜୁଲାଇ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ ଆୟର୍ସ
ପହଁଞ୍ଚିଛନ୍ତି ଯେଉଁଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।ଏହା କୌଣସି ପ୍ରଧାନମନ୍ତ୍ରୀ ଙ୍କ
57 ବର୍ଷରେ ଆର୍ଜେଣ୍ଟିନାର ପ୍ରଥମ ଦ୍ୱିପାକ୍ଷିକଗ୍ରସ୍ତ,ଯାହାକୁ ଦୁଇ ଦେଶ ସମ୍ବନ୍ଧରେ ଏକ ନୁତନ ଯୁଗର ଆରମ୍ଭ ବୋଲି ବିବେଚନା
କରାଯାଉଛି।ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ସୁଚନା ଦେଇ ଲେଖିଛନ୍ତି ଯେ ଆର୍ଜେଣ୍ଟିନା ସହିତ
ସମ୍ବନ୍ଧକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ବ୍ୟୁନସ ଆୟର୍ସରେ ପହଁଞ୍ଚିଛି।ରାଷ୍ଟ୍ରପତି
ଜେବିୟର ମିଲେଇଙ୍କୁ ଭେଟିବା ଏବଂ ବିସ୍ତୃତ
ଆଲୋଚନା କରିବାକୁ ଅପେକ୍ଷା କରୁଛି।ସାଂସ୍କୃତିକ ସମ୍ପର୍କରେ
ଦୁରତା କେବେବିପ୍ରତିବନ୍ଧକ ନୁହେଁ।ବିମାନବନ୍ଦରରେ
ତାଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା।ହୋଟେଲରେ ପହଁଞ୍ଚିବା ପରେ ଆର୍ଜେଣ୍ଟିନାରେବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ପକ୍ଷରୁ
ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା।ଏହା ଉପରେ ସେ କହିଥିଲେହଜାର କିଲୋମିଟରଦୁର ,ଏହି ଭାରତୀୟ ସମ୍ପ୍ରଦାୟଙ୍କ ମାଧ୍ୟମରେ ଭାରତର ଆତ୍ମାକୁ ଅନୁଭବ କରିବା ଅତ୍ୟନ୍ତ
ଭାବପ୍ରବଣ ଅନୁଭୁତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା