ଶିମଲା 5 ଜୁଲାଇ (ହି.ସ)-
ହିମାଚଳ ପ୍ରଦେଶରେ ପୁଣିଥରେ ମୌସୁମୀ ତାଣ୍ଡବ
ସୃଷ୍ଟି କରିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳା ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର
ସତର୍କତା ଜାରି କରିଛି।ଛଅ ଜୁଲାଇରେ କାଙ୍ଗଡା,ମଣ୍ଡି ଏବଂ ସିରମୌର ଜିଲ୍ଲାରେ ଅତି ପ୍ରବଳ
ବର୍ଷାର ରେଡ ଆର୍ଲଟ ଘୋଷଣା କରାଯାଇଛି।ଏହା ବ୍ୟତୀତ ମଣ୍ଡି,କାଙ୍ଗଡା,ଚମ୍ବା ଏବଂ ସିରମୌର
ଜିଲ୍ଲାରେ ଆଗାମୀ 24 ଘଣ୍ଟା ମଧ୍ୟରେ ବନ୍ୟା ଆଶଙ୍କା ରହିଛି।ପାଣିପାଗ ବିଭାଗ ଆଜି ପାଞ୍ଚ ଜୁଲାଇରେ
ୟେଲୋ ଏବଂ ଅରେଞ୍ଜ ଆର୍ଲଟ ,ଛଅ ଜୁଲାଇରେ ତିନୋଟି ଜିଲ୍ଲାରେ ରେଡ ଆର୍ଲଟ ଏବଂ ବାକି ଜିଲ୍ଲାରେ ଅରେଞ୍ଜ
ଆର୍ଲଟ ,ସାତ ଏବଂ ଆଠ ଜୁଲାଇରେ ଅରେଞ୍ଜ ଆର୍ଲଟ ଏବଂ ନଅରୁ 11 ଜୁଲାଇ ପର୍ଯ୍ୟନ୍ତ ୟେଲୋ ଆର୍ଲଟ
ଜାରି କରିଛନ୍ତି।ଛଅ ଏବଂ ସାତ ଜୁଲାଇ ମଧ୍ୟରେ ବର୍ଷାର ତୀବ୍ରତା ସର୍ବାଧିକ ରହିବାର ସମ୍ଭାବନା
ଅଛି।ବିଭାଗ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ହାଇ ଆର୍ଲଟରେ ରହିବାକୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା