ରାମବନରେ ତିନୋଟି ବସ ଧକ୍କା,ଛଅଜଣ ଅମରନାଥ ତୀର୍ଥଯାତ୍ରୀ ଆହତ
ରାମବନ, 5 ଜୁଲାଇ (ହି.ସ)-ଶନିବାର ଦିନ ରାମବନ ଜିଲ୍ଲାରେ ତିନୋଟି ବସ ଧକ୍କା ଦେବାରୁ ଅତିକମରେ ଛଅଜଣ ଅମରନାଥ ତାର୍ଥଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ଏହି ବସଗୁଡିକ ଜାମ୍ମୁର ଭଗବତୀ ନଗରରୁ ଦକ୍ଷିଣ କାଶ୍ମୀରର ପହଲଗାମବେସ କ୍ୟାମ୍ପ ଅଭିମୁଖେ ଯାଉଥିବା କାଫିଲେର ଅଂଶ ଥିଲା।ଅଧିକାରୀ
ରାମବନରେ ତିନୋଟି ବସ ଧକ୍କା,ଛଅଜଣ ଅମରନାଥ ତୀର୍ଥଯାତ୍ରୀ ଆହତ


ରାମବନ, 5 ଜୁଲାଇ

(ହି.ସ)-ଶନିବାର ଦିନ ରାମବନ ଜିଲ୍ଲାରେ ତିନୋଟି ବସ ଧକ୍କା ଦେବାରୁ ଅତିକମରେ ଛଅଜଣ ଅମରନାଥ

ତାର୍ଥଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ଏହି ବସଗୁଡିକ ଜାମ୍ମୁର ଭଗବତୀ ନଗରରୁ ଦକ୍ଷିଣ

କାଶ୍ମୀରର ପହଲଗାମବେସ କ୍ୟାମ୍ପ ଅଭିମୁଖେ

ଯାଉଥିବା କାଫିଲେର ଅଂଶ ଥିଲା।ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ଜାମ୍ମୁ-ଶ୍ରୀନଗର ଜାତୀୟ

ରାଜପଥର ଚନ୍ଦ୍ରକୁଟ ନିକଟରେ ଘଟିଛି।ସେମାନେ କହିଛନ୍ତି ଯେ ଦୁର୍ଘଟଣା ଏକ ବସର ବ୍ରେକ ଫେଲ ହେବା

ଯୋଗୁଁ ଘଟିଥିଲା ଏହାପରେ ଅନ୍ୟ ଦୁଇଟି ଗାଡି ସହିତ ଧକ୍କା ହୋଇଥିଲା।ଆହତମାନଙ୍କୁ ତୁରନ୍ତ ଚିକିତ୍ସା

ସହାୟତା ଦିଆଯାଇଥିଲା।ଅଧିକାରୀମାନେ କହିଛନ୍ତି ଯେ କ୍ଷତିଗ୍ରସ୍ତ ବସକୁ ବଦଳାଇବାପରେ କାଫିଲା

ତାର ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲା।ଏହି ସମୟରେ ଆଜି ସକାଳେ 6,979 ତୀର୍ଥଯାତ୍ରୀଙ୍କ ଚତୁର୍ଥ

ଦଳ ଭଗବତୀ ନଗର ବେସ କ୍ୟାମ୍ପରୁ କାଶ୍ମୀର ଉପତ୍ୟକା ଅଭିମୁଖେ ଯାତ୍ରା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande