ପୋର୍ଟ ଅଫ୍
ସ୍ପେନ, 5 ଜୁଲାଇ (ହି.ସ.)-ଭାରତ ତ୍ରିନିଦାଦ ଏବଂ ଟୋବାଗୋରେ ଡିଜିଟାଲ ଶାସନର ସାଧାରଣ ଢାଞ୍ଚାକୁ ସଶକ୍ତ କରିବା, କୃଷି ଏବଂ ଖାଦ୍ୟ ସୁରକ୍ଷା, ଶିକ୍ଷା, ଔଷଧ ଓ ଆୟୁର୍ବେଦ, କ୍ଷମତା ନିର୍ମାଣ ଏବଂ ସାଂସ୍କୃତିକ ସମ୍ପର୍କ ବଢ଼ାଇବା
ଉଦ୍ଦେଶ୍ୟରେ ସହଯୋଗ ଦେବା ପ୍ରତିବଦ୍ଧତା ବ୍ୟକ୍ତ କରିଛି। ଏହିପାଇଁ ତ୍ରିନିଦାଦ ଏବଂ ଟୋବାଗୋ
ସମସ୍ତ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବିରୋଧ ପ୍ରକାଶ କରିଛନ୍ତି ଏବଂ ବହୁପକ୍ଷୀୟ
ମଞ୍ଚଗୁଡ଼ିକରେ ଭାରତ ସହିତ ଘନିଷ୍ଠ ସହଯୋଗ ରଖିବା ପ୍ରତିବଦ୍ଧତା ଦେଇଛନ୍ତି।
ଭାରତୀୟ
ପ୍ରବାସୀମାନଙ୍କର ଦେଶକୁ ଆଗମନର 180ତମ ବାର୍ଷିକୀ ଅବସରରେ
ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
ଦୁଇ ଦିନୀୟ ତ୍ରିନିଦାଦ ଏବଂ ଟୋବାଗୋ ଯାତ୍ରା ସମ୍ପନ୍ନ ହେବା ପରେ ଉଭୟ ଦେଶ ଏକ ସଂଯୁକ୍ତ ବକ୍ତବ୍ୟ
ଜାରି କରି ଯେଉଁଥିରେ କୁହାଯାଇଛି, ଭାରତର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 3 ରୁ 4 ଜୁଲାଇ ପର୍ଯ୍ୟନ୍ତ ତ୍ରିନିଦାଦ ଏବଂ ଟୋବାଗୋର 'ଅତ୍ୟନ୍ତ ସଫଳ' ସରକାରୀ ଯାତ୍ରା ଦୁଇ ଦେଶ ମଧ୍ୟରେ ଉନ୍ନତ ଦ୍ୱିପକ୍ଷୀୟ ସମ୍ପର୍କର ଏକ ନୂଆ ଯୁଗର ଶୁଭାରମ୍ଭ
କରିଛି ଏବଂ ଏହା ଏକ ଶକ୍ତିଶାଳୀ, ସମାବେଶୀ ଓ ଦୂରଦର୍ଶୀ
ଭାରତ-ତ୍ରିନିଦାଦ ଏବଂ ଟୋବାଗୋ ଭାଗୀଦାରି ପାଇଁ ତାଙ୍କର ସାମୂହିକ ପ୍ରତିବଦ୍ଧତାକୁ ଦର୍ଶାଇଛି ।
ବକ୍ତବ୍ୟରେ କୁହାଯାଇଛି ଯେ, ଏହି ଐତିହାସିକ ଯାତ୍ରା 26 ବର୍ଷରେ କୌଣସି ଭାରତୀୟ
ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଯାତ୍ରା ଥିଲା, ଯାହାର ଗୁରୁତ୍ୱ
ଗଭୀର ଥିଲା, କାରଣ ଏହିଠି 1845 ମସିହାରେ ତ୍ରିନିଦାଦ ଏବଂ
ଟୋବାଗୋରେ ଭାରତୀୟ ପ୍ରବାସୀମାନଙ୍କ ଆଗମନର 180ତମ ବାର୍ଷିକୀ ସହ
ହୋଇଥିଲା। ଏହି ଯାତ୍ରା ଉଭୟ ଦେଶର ମଧ୍ୟରେ ଗଭୀର ଭାବରେ ରୁଟିଥିବା ସଭ୍ୟତାଗତ ସମ୍ପର୍କ, ଲୋକମାନଙ୍କ ମଧ୍ୟରେ ସଜୀବ ସମ୍ପର୍କ ଓ ସାଧାରଣ ଲୋକତାନ୍ତ୍ରିକ ମୂଲ୍ୟବୋଧର ପୁଷ୍ଟି କରିଛି, ଯାହା ଦୁଇ ଦେଶର ଦୀର୍ଘଦିନୀୟ ମିତ୍ରତାର ଆଧାର।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ
ସାମ୍ପ୍ରତିକ ନିର୍ବାଚନୀ ଜିତ ପାଇଁ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଅଭିନନ୍ଦନ
ଜଣାଇଥିଲେ ଏବଂ ଭାରତ ଓ ତ୍ରିନିଦାଦ ଏବଂ ଟୋବାଗୋ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ
କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା