ବିପଦ ସଙ୍କେତରେ ନାହିଁ କୌଣସି ନଦୀ, ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, 7 ଜୁଲାଇ (ହି.ସ.) - କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି । ସେପଟେ ଅତ୍ୟାଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ତଳି ଅଞ୍ଚଳରେ ବର୍ଷା ପାଣି ରହିଛି । କେଉଁଠି ବି ବନ୍ୟା
ବିପଦ ସଙ୍କେତରେ ନାହିଁ କୌଣସି ନଦୀ, ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ


ଭୁବନେଶ୍ୱର, 7 ଜୁଲାଇ (ହି.ସ.)

- କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର

ବଢ଼ୁଛି । ସେପଟେ ଅତ୍ୟାଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ

ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ତଳି ଅଞ୍ଚଳରେ ବର୍ଷା ପାଣି ରହିଛି । କେଉଁଠି ବି ବନ୍ୟା

ପାଣି ପଶି ନାହିଁ । ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି

କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ଯେ, ରିଲିଫ ଏବଂ ବନ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି । ଓଡ୍ରାଫଏବଂ ଏନଡିଆରଏଫଟିମ୍

ମୁତୟନ ଅଛନ୍ତି । ଯଦି ବନ୍ୟା ସ୍ଥିତି ଉପୁଜେ ସରକାର ପ୍ରସ୍ତୁତ ଅଛନ୍ତି । ବନ୍ୟା ପାଣି ପଶିଲେ

ଲୋକ ମାନେ ତୁରନ୍ତ ବନ୍ୟା ଆଶ୍ରୟ ସ୍ଥଳୀକୁ ଚାଲି ଆସନ୍ତୁ । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼

କ୍ଷୟକ୍ଷତି ରିପୋର୍ଟ ମାଗା ଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ,

ଜିଲ୍ଲାପାଳ

ମାନଙ୍କୁ କ୍ଷତିପୂରଣ ରାଶି ପଠାଇ ଦିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande