ନିଶା ନିବାରଣ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର, ୦୭ ଜୁଲାଇ (ହି.ସ.) - ଦିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଓଡିଶା ସରକାରଙ୍କ ନିଶା ନିବାରଣ କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରରେ ନମୋ ଫାଉଣ୍ଡେସନ ଏହାକୁ ପରିଚାଳନା କରୁଛି। ଏଥିରେ ଡ଼ା. ସଂଜୀବ ମିଶ୍ର କହିଲେ ଯେ ଅନ୍ତେବାସୀ ମାନଙ୍କ ମନୋବଳ ବୃ
ନିଶା ନିବାରଣ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ


ସମ୍ବଲପୁର, ୦୭ ଜୁଲାଇ (ହି.ସ.) - ଦିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଓଡିଶା ସରକାରଙ୍କ ନିଶା ନିବାରଣ କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରରେ ନମୋ ଫାଉଣ୍ଡେସନ ଏହାକୁ ପରିଚାଳନା କରୁଛି। ଏଥିରେ ଡ଼ା. ସଂଜୀବ ମିଶ୍ର କହିଲେ ଯେ ଅନ୍ତେବାସୀ ମାନଙ୍କ ମନୋବଳ ବୃଦ୍ଧି ଆବଶ୍ୟକ। ଏହାଦ୍ୱାରା ସୁପଥ ପ୍ରଦର୍ଶନ ସମ୍ଭବ। ସମାଜରେ ଅନେକ ବ୍ୟକ୍ତି ନିଶା କବଳକୁ ଯାଇଥାନ୍ତି। ଆରମ୍ଭରେ ଅନ୍ୟର ପ୍ରରୋଚନାରେ ଆସି ନିଶାକୁ ଆପଣେଇଥାନ୍ତି। ପରେ ନିଶା ଜଣକ ଜୀବନ, ତାଙ୍କ ପରିବାର ର ଜୀବନ କୁ ନଷ୍ଟ କରିଥାଏ। ସମାଜ ରେ ସଂଘଟିତ ୮୦ ପ୍ରତିଶତ ଅପରାଧ ପାଇଁ ନିଶା ଦାୟୀ। ଏବେ ନିଶାର ବଳୟ ବୃଦ୍ଧି ହେଇ ସମାଜ କୁ ଏକ ବିପଥ ଗାମୀ କରିଛି। ଏବଂ ଏହି ସନ୍ଦର୍ଭ ରେ ନିଶା ନିବାରଣ କେନ୍ଦ୍ର ର ଭୂମିକା ବହୁତ୍ ବଢ଼ି ଯାଇଛି। ନିଶା ତ୍ୟାଗ କରିବାର ବିଭିନ୍ନ ପର୍ଯ୍ୟାୟ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଶୋକ ପ୍ରଧାନ, ଆବାହକ କୃଷକ ମୋର୍ଚା ଯୋଗଦେଇ ଅନ୍ତେବାସୀ ମାନଙ୍କୁ ନିଶାର କୁପ୍ରଭାବ ଉପରେ ଗୁରୁତ୍ୱ ଦେଇ ଥିଲେ ।

ଅନ୍ତେବାସୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତିତ୍ୱ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତା ରେ ରତନ ଶର୍ମା ଏବଂ ମହେଶ କୁମାର ପାଣ୍ଡେ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଧାଂଶୁ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ, ଖଗେଶ୍ୱରୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସୁନୀଲ କୁମାର ମାଝୀ, ଖ୍ରୀଷ୍ଟୋଫର କୁଜୁର, ସୀମନ୍ତିନୀ ବେରିହା ଏବଂ ଝସକେତନ କରାଳି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande