ଗତ ୨୪ ଘଂଟାରେ ରାଜ୍ୟର ୩ ସ୍ଥାନରେ ଅତି ଭୀଷଣ ବର୍ଷା, ୧୪ ସ୍ଥାନରେ ଭୀଷଣ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ସର୍ବାଧିକ ୧୭୦.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୭ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୪ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ସର୍ବାଧିକ ୧୭୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼ ଜିଲ୍ଲାର ଭଟଲିରେ ୧୫୯.୦ ମି.ମି., ବାଲେଶ୍ୱର ଜିଲ
ଗତ ୨୪ ଘଂଟାରେ ରାଜ୍ୟର ୩ ସ୍ଥାନରେ ଅତି ଭୀଷଣ ବର୍ଷା, ୧୪ ସ୍ଥାନରେ ଭୀଷଣ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ସର୍ବାଧିକ ୧୭୦.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୭ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୪ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ସର୍ବାଧିକ ୧୭୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ବରଗଡ଼ ଜିଲ୍ଲାର ଭଟଲିରେ ୧୫୯.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୪୮.୦ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ୧୧୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୯୯.୫ ମି.ମି., ବରଗଡ଼ ଜିଲ୍ଲାର ଅତାବିରାରେ ୯୭.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୯୩.୦ ମି.ମି., ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ୮୯.୦ ମି.ମି., ସମ୍ବଲପୁର ଜିଲ୍ଲାର ହୀରାକୁଦରେ ୮୮.୨ ମି.ମି., ବାଲେଶ୍ୱର ଜିଲ୍ଲାର ଯାଜପୁରରେ ୮୬.୪ ମି.ମି., ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୮୬.୪ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୮୬.୦ ମି.ମି. ଏବଂ ବରଗଡ଼ ଜିଲ୍ଲାର ବରଗଡ଼ରେ ୮୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande