ଧର୍ମଶାଳା,୭ଜୁଲାଇ(ହି.ସ.) - ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ପବିତ୍ର ମହରମ ଅବସରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ଯାଜପୁର ଜିଲା ରସୁଲପୁର ବ୍ଳକ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଆନନ୍ଦ ଉଲ୍ଲାସର ସହ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଆଜି ଅପରାହ୍ନରେ ଏହି ବ୍ଲକ ବ୍ରହ୍ମବରଦା ଓ ମହେଶ୍ୱରପୁର ପଂଚାୟତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳି ଥିଲା । ମହମ୍ମଦଙ୍କ ନାତି ହସନ ହୋସେନ ମୁସଲିମ ଧର୍ମ ପ୍ରଚାର କରି ଏହି ଦିନରେ ସହିଦ ହୋଇଥିଲେ । ଆଜିର ଦିନକୁ ସ୍ମରଣ କରି ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଏହି ଦୁଇ ପଂଚାୟତର ଆଜାଦ ନଗର,ରାଇଛକ,ମଦାନି ନଗର,ଆରମବାଗ୍ ଓ ମହେଶ୍ୱରପୁର ଆଦି ଆଖଡା ଦଳ ପକ୍ଷରୁ ବାଡି ଖେଳ ଅନୁଷ୍ଠିତ ହୋଇଥିଲା । ଶହଶହ ସଂଖ୍ୟାରେ ସଂଖ୍ୟାଲଘୁ ଭାଇମାନେ ବିଭିନ୍ନ ସ୍ଥାନ ପରିକ୍ରମା କରି ଛକବଜାରମାନଙ୍କରେ ବିଭିନ୍ନ ଖେଳ ପ୍ରଦର୍ଶନ କରିଥିଲେ । ହେଡ୍ କ୍ୱାଟର ଡିଏସ୍ପି ରତିକାନ୍ତ ଗିରି ବ୍ରହ୍ମବରଦା ଅଂଚଳରେ ପଂହଚି ଘଟଣା ଉପରେ ନଜର ରଖିଥିଲେ । ଶାନ୍ତି ଶୃଙ୍ଖଳା ବଜାୟ ନିମନ୍ତେ ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ରାତି ୨୦ଟା ପର୍ଯ୍ୟନ୍ତ ଏହି ଶୋଯାତ୍ରା ଚାଲିବ ବୋଲି ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ