ନୂଆଦିଲ୍ଲୀ, ୮ ଜୁଲାଇ (ହି.ସ.)- ଦିବ୍ୟାଗଂଜନ ସଶକ୍ତିକରଣ ବିଭାଗ ଅଧୀନରେ ମଙ୍ଗଳବାର ଦିନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜାତୀୟ ଦିବ୍ୟାଙ୍ଗ ପ୍ରତିଷ୍ଠାନରେ ଏକ ୫୪ କିଲୋୱାଟ୍ ସୌରଶକ୍ତି ପ୍ଲାଂଟ ଉଦ୍ଘାଟିତ ହୋଇଛି। ଦିବ୍ୟାଗଂଜନ ସଶକ୍ତିକରଣ ବିଭାଗର ସଚିବ ରାଜେଶ ଅଗ୍ରୱାଲ ଲେଗ୍ରେଣ୍ଡ ଇଣ୍ଡିଆ ସହଯୋଗରେ ପ୍ରତିଷ୍ଠିତ ଏହି ପରିବେଶ-ଅନୁକୂଳ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ପରିବେଶ ସୁରକ୍ଷା ଏବଂ ନବୀକରଣୀୟ ଶକ୍ତି ଗ୍ରହଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଅବସରରେ, ରାଜେଶ ଅଗ୍ରୱାଲ କହିଛନ୍ତି ଯେ ଏହି ସୌରଶକ୍ତି ପ୍ଲାଂଟ ପରିବେଶଗତ ସ୍ଥିରତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା କେବଳ ପ୍ରତିଷ୍ଠାନର ଶକ୍ତି ଆବଶ୍ୟକତା ପୂରଣ କରିବ ନାହିଁ ବରଂ ଆର୍ôଥକ ଦୃଷ୍ଟିରୁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ। ଏହି ସୌରଶକ୍ତି ପ୍ଲାଂଟ ଶକ୍ତି ଆତ୍ମନିର୍ଭରତା ଦିଗରେ ଏକ ପଦକ୍ଷେପ ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ମିଶନ ସହିତ ସଂଯୁକ୍ତ, ଯାହାର ପରିବେଶଗତ ଏବଂ ଆର୍ôଥକ ଉଭୟ ଲାଭ ହେବ।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ