ଚଣ୍ଡୀଗଡ଼, ୦୮ ଜୁଲାଇ(ହି.ସ.) – ଆୟ ବର୍ହିଭୂତ ସମ୍ପତି ମାମଲାରେ ଭିଜିଲାନ୍ସ ଯାଂଚର ସାମ୍ନା କରୁଥିବା ପଂଜାବର ପୂର୍ବ ମନ୍ତ୍ରୀ ଏବଂ ଅକାଳୀ ନେତା ବିକ୍ରମଜୀତ ସିଂହ ମଜୀଠିୟାଙ୍କୁ ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ଆଶ୍ୱସ୍ତୀ ମିଳିନାହିଁ। ମଜୀଠିୟାଙ୍କ ଓକିଲ ଗିରଫକୁ ଚ୍ୟାଲେଂଜ କରି କରିଥିବା ଆବେଦନରେ ସଂଶୋଧନ ପାଇଁ ତିନି ସପ୍ତାହର ସମୟ ମାଗିଥିଲା, ଯାହାକୁ ହାଇକୋର୍ଟ ସ୍ୱୀକାର କରିଛି। ଆସନ୍ତା ଶୁଣାଣୀ ୨୯ ଜୁଲାଇକୁ ହେବ।
ପୂର୍ବମନ୍ତ୍ରୀ ମଜିଠିୟା ବର୍ତମାନରେ ନାଭା ଜେଲ୍ରେ ବନ୍ଦ ଅଛନ୍ତି। ମୋହାଲୀ କୋର୍ଟ ତାଙ୍କୁ ୧୯ ଜୁଲାଇ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ପଠାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି