ଜୋଧପୁର, ୦୮ ଜୁଲାଇ(ହି.ସ.) – ନିଜ ଆଶ୍ରମର ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାବାସ ସଜ୍ଜା କାଟୁଥିବା ଆଶାରାମଙ୍କୁ ରାଜସ୍ଥାନ ହାଇକୋର୍ଟ ପୁଣିଥରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟର ଡବଲ୍ ବେଂଚ ଆଶାରାମଙ୍କ ଅନ୍ତରିମ ଜାମିନର ଅବଧିକୁ ବଢ଼ାଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ କରିଛନ୍ତି। ଏହି ନିଷ୍ପତି ଆଶାରାମଙ୍କ ଖରାପ ସ୍ୱାସ୍ଥ୍ୟ ଏବଂ ଚିକିତ୍ସାର ଆବଶ୍ୟକତାକୁ ଧ୍ୟାନରେ ରଖି ନିଆଯାଇଛି। ଏହାପୂର୍ବରୁ ଗୁଜୁରାଟ ହାଇକୋର୍ଟ ତାଙ୍କ ସାତ ଜୁଲାଇ ପର୍ଯ୍ୟନ୍ତ ଅନ୍ତରୀମ ଜାମିନ୍ ଦେଇଥିଲେ, ଯାହାପରେ ରାଜସ୍ଥାନ ହାଇକୋର୍ଟ ମଧ୍ୟ ନଅ ଜୁଲାଇ ପର୍ଯ୍ୟନ୍ତ ଅନ୍ତରିମ ଜାମିନ୍କୁ ବଢ଼ାଇଥିଲା। ଏବେ ଏହାକୁ ପୁଣିଥରେ ଆଗକୁ ବଢ଼ାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି