ଛତିଶଗଡର ହେମଚନ୍ଦ୍ର ଯାଦବ ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ
ରାୟପୁର, 8 ଜୁଲାଇ (ହି.ସ)- ଛତିଶଗଢର ଦୁର୍ଗରେ ଅବସ୍ଥିତ ହେମଚନ୍ଦ୍ର ଯାଦବ ବିଶ୍ୱବିଦ୍ୟାଳୟର ସରକାରୀ ୱେବସାଇଟ ସୋମବାର ବିଳମ୍ବିତ ରାତିରେ ହ୍ୟାକ ହୋଇଛି। ହ୍ୟାକର୍ସ ୱେବସାଇଟରେ ଅପମାନଜନକ ଶବ୍ଦ ଏବଂ ଧମକ ଲେଖିଛନ୍ତି।ୱେବସାଇଟ ହ୍ୟାକ ହେବାର ସୁଚନା ମିଳିବା ପରେ ସର୍ଭରକୁ ଡାଉନ କର
ଛତିଶଗଡର ହେମଚନ୍ଦ୍ର ଯାଦବ ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ


ରାୟପୁର, 8 ଜୁଲାଇ (ହି.ସ)- ଛତିଶଗଢର ଦୁର୍ଗରେ ଅବସ୍ଥିତ ହେମଚନ୍ଦ୍ର

ଯାଦବ ବିଶ୍ୱବିଦ୍ୟାଳୟର ସରକାରୀ ୱେବସାଇଟ ସୋମବାର ବିଳମ୍ବିତ ରାତିରେ ହ୍ୟାକ ହୋଇଛି। ହ୍ୟାକର୍ସ ୱେବସାଇଟରେ ଅପମାନଜନକ ଶବ୍ଦ

ଏବଂ ଧମକ ଲେଖିଛନ୍ତି।ୱେବସାଇଟ ହ୍ୟାକ ହେବାର ସୁଚନା ମିଳିବା ପରେ ସର୍ଭରକୁ ଡାଉନ କରାଯାଇଛି ଏବଂ ଡେଭଲପରମାନଙ୍କ ସହାୟତାରେ ଏହାକୁ ସୁଧାର

କରାଯାଉଛି।ଦୁର୍ଗ ବିଶ୍ୱବିଦ୍ୟାଳୟର ପ୍ରଶାସନ ସାଇବର ସେଲ ଏବଂ ରାଷ୍ଟ୍ରୀୟ ସାଇବର ଏଜେନ୍ସୀଗୁଡିକୁ

ସୁଚିତ କରିଛି।ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ସନ୍ଦେହ କରାଯାଉଛି

ଯେ ପାକିସ୍ଥାନୀ ହ୍ୟାକର୍ସମାନେ ହେମଚନ୍ଦ୍ର ଯାଦବ ବିବିଙ୍କ ୱେବସାଇଟ ହ୍ୟାକ କରି ପାକିସ୍ଥାନ

ସହିତ ଜଡିତ ପୋଷ୍ଟର ଲଗାଇଛନ୍ତି।ହୋମପେଜରେ ଅପମାନଜନକ ଶବ୍ଦ ଏବଂ ଧମକ ଲେଖାଯାଇଛି।ସନ୍ଦେହରେ

ଭାରତ-ପାକିସ୍ଥାନ ସୀମାରେ ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇଛି।ହ୍ୟାକିଙ୍ଗର ଦାୟିତ୍ୱପାକିସ୍ଥାନର ହ୍ୟାକିଙ୍ଗ ଗୋଷ୍ଠୀ ଏଚଓଏ ଏକ୍ସ 1137

ନେଇଛି।ଏପର୍ଯ୍ୟନ୍ତ ଏହି ବିଷୟରେ ସୁଚନା ମିଳିନାହିଁ ଯେ ୱେବସାଇଟରେ ତଥ୍ୟ ସହିତ କୌଣସି

ପ୍ରକାରର ହେରଫେର କରାଯାଇଛି କି ନାହିଁ।ୱେବସାଇଟ ବର୍ତ୍ତମାନ ବନ୍ଦ ଅଛି ଏବଂ ୱେବ ଡେଭଲପର୍ସଙ୍କ

ସାହାଯ୍ୟରେ ସୁଧାର କାମ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande