ନୂଆଦିଲ୍ଲୀ 8 ଜୁଲାଇ (ହି.ସ)- ଘରୋଇ
ସୁନା ବଜାରରେ ଆଜି ଦ୍ରୁତ ବୃଦ୍ଧି ଦେଖିବାକୁ
ମିଳୁଛି।ସୁନା ଆଜି 500ଟଙ୍କାରୁ ନେଇ 550 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ମହଙ୍ଗା ହୋଇଛି।ସେହିପରି
ଚାନ୍ଦି ମୁଲ୍ୟରେ ମଧ୍ୟ ଆଜି 100 ଟଙ୍କାର ପ୍ରତୀକାତ୍ମକ ବୃଦ୍ଧି ପାଇଛି।ମୁଲ୍ୟ ବୃଦ୍ଧି ଯୋଗୁଁ
ଆଜି ଦେଶର ଅଧିକାଂଶସୁନା ବଜାରରେ24 କ୍ୟାରେଟ ସୁନା 98,840 ଟଙ୍କାରୁ ନେଇ 98,990
ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି 22 କ୍ୟାରେଟ ସୁନା ଆଜି 90,600
ଟଙ୍କାରୁ ନେଇ 90,750 ଟଙ୍କା ପ୍ରତି 10 ଗ୍ରାମମଧ୍ୟରେ ବିକ୍ରି ହେଉଛି। ଚାନ୍ଦି ମୁଲ୍ୟରେସମାନ୍ୟ ବୃଦ୍ଧି ଯୋଗୁଁ ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି 1,10,000 ଟଙ୍କା
ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।ଦିଲ୍ଲୀରେ 24 କ୍ୟାରେଟ ସୁନା ଆଜି 98,990 ଟଙ୍କା
ପ୍ରତି 10 ଗ୍ରାମ ସ୍ତରରେକାରବାର
ହେଉଥିବାବେଳେ22 କ୍ୟାରେଟ ସୁନାର ମୁଲ୍ୟ
90,750 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24
କ୍ୟାରେଟ ସୁନା 98,840 ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 90,600 ଟଙ୍କା
ପ୍ରତି10 ଗ୍ରାମ ସ୍ତରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା