ଶିମଳା 8 ଜୁଲାଇ (ହି.ସ)- ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷା
ପୁଣି ଥରେ ଲୋକଙ୍କ ଅସୁବିଧା ବଢାଇ ଦେଇଛି।ସିରମୋର ଜିଲ୍ଲାରେ ରାତିସାରା ବର୍ଷା ଜାରି
ରହିଛି,ଯାହା ଯୋଗୁଁ ଗିରି ଜଟୋନ ଡ୍ୟାମର ଛଅଟି ଗେଟ ଖିବାକୁ ପଡିଲା।ଏହାଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟାର
ଆଶଙ୍କା ବୃଦ୍ଧି ପାଇଛି ଏବଂ ପ୍ରଶାସନ ଲୋକଙ୍କୁ
ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।ଜିଲ୍ଲାର ନଦୀ -ନାଳରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି
ପାଇଛି।ରାଜଧାନୀ ଶିମଳା ସମେତ କାଙ୍ଗଡା ,ମଣ୍ଡି,ବିଳାସପୁର ଏବଂ ଚମ୍ବା ଜିଲ୍ଲାରେ ମଧ୍ୟ ସୋମବାର ରାତିରେ ପ୍ରବଳ ବର୍ଷା ହୋଇଥିଲା।ମଣ୍ଡି
ଜିଲ୍ଲାରେ ଘନ ବାଦଲ ମଧ୍ୟରେ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏଥିରେ ମଣ୍ଡି
ଜିଲ୍ଲାର ବିପର୍ଯ୍ୟୟ ପ୍ରଭାବିତ ଥୁନାଗ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ।ପାଣିପାଗ ବିଭଆଗର ସଦ୍ୟତମ
ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ମଣ୍ଡି ଜିଲ୍ଲାର
ଗୋହରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଏହାବ୍ୟତୀତ ସିରମୌରର
ସରାହନରେ 84 ମିମି,କାଙ୍ଗଡାର ବୈଜନାଥରେ 60 ମିମି ନାହନରେ 54 ମିମି ଏବଂ ଜୋଗିନ୍ଦରନଗରରେ 28
ମିମି ବର୍ଷା ରେକର୍ଡ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା