ୱାଶିଂଟନ,8 ଜୁଲାଇ (ହି.ସ)- ବିଦେଶୀ ମାଟିରୁ ଆତଙ୍କୀ ଆକ୍ରମଣର
ଯନ୍ତ୍ରଣା ଏବେ ପାକିସ୍ଥାନ ବୁଝିପାରିଛି।ପାକିସ୍ଥାନ ସୋମବାର ଦିନ ଜାତିସଙ୍ଘରେ ଆଫଗାନିସ୍ଥାନର
ନାମକୁ ନେଇ ଦୁଃଖପ୍ରକାଶ କରି କାନ୍ଦି ପକାଇଛି। ଜାତିସଙ୍ଘରେ
ପାକିସ୍ଥାନର ସ୍ଥାୟୀ ପ୍ରତିନିଧିଏବଂ ରାଷ୍ଟ୍ରଦୁତ
ଅସୀମ ଇପ୍ତିଖାର ଅହମ୍ମଦ ମହାସଭାରେ କହିଥିଲେ ଯେ ତିନି ଆତଙ୍କୀ ଗୋଷ୍ଠୀଆଫଗାନିସ୍ଥାନ ଭିତରେ ଅନିୟନ୍ତ୍ରିତ ସ୍ଥାନରୁ କାର୍ଯ୍ୟ
କରୁଛନ୍ତି।ଡନ ଖବରକାଗଜ ଅନୁଯାୟୀ ଅହମ୍ମଦ କହିଛନ୍ତି ଯେ ପାକିସ୍ଥାନ ପାଖରେ ନିଷିଦ୍ଧ
ତହରୀକ-ଏ-ତାଲିବାନ ପାକିସ୍ଥାନ(ଟିଟିପି),ବଲୁଚିସ୍ଥାନ ଲିବରେସନ ଆର୍ମି(ବିଏଲଏ) ଏବଂ ମଜୀଦ ବ୍ରିଗେଡ
ଭଳି ଆତଙ୍କବାଦୀ ଗୋଷ୍ଠୀମଧ୍ୟରେ ସହଯୋଗ ବୃଦ୍ଧି
ପାଉଥିବାର ବିଶ୍ୱସ୍ତ ପ୍ରମାଣ ଅଛି।ସେମାନଙ୍କର ଲକ୍ଷ୍ୟ ହେଉଛି ଦେଶର ରଣନୈତିକ ଭିତ୍ତିଭୁମି ଏବଂ
ବିକାଶ ପ୍ରକଳ୍ପଗୁଡିକୁ ଟାର୍ଗେଟ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା